କେନ୍ଦୁଝର,ତା୬/୧- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେ ସେବା ସପ୍ତାହ ବା ପକ୍ଷ ପାଳନ କରାଯାଇ ଆସୁଥିବା ବେଳେ , କେନ୍ଦୁଝର ମାଟିର ନେତା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନକୁ ଆଜି ବିଜେପି କେନ୍ଦୁଝର ଜିଲ୍ଲା ପକ୍ଷରୁ ସେବା ଦିବସ ଭାବେ ଧୁମଧାମରେ ପାଳନ କରାଯାଇଛି। ଜିଲ୍ଲା ସଭାପତି ଶୁକଦେବ ମହାନ୍ତଙ୍କ ନେତୃତ୍ୱରେ ଆଜିର ଦିନକୁ କେନ୍ଦୁଝରର ଭାଜପା କର୍ମୀ ମାନେ ସେବା ଦିବସ ଭାବରେ ପାଳନ କରିଛନ୍ତି। ଏ ଅବସରରେ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଆଭାସୀ ମାଧ୍ୟମରେ ଯୋଡି ହୋଇ ରକ୍ତବୀର ଏବଂ ଉଦ୍ୟକ୍ତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଜିର ରକ୍ତଦାନ ଶିବିରରେ ଆସିଥିବା ରକ୍ତଦାତା ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଏବଂ ତେଲକୋଇ ବିଧାୟକ ଡା. ଫକୀରମୋହନ ନାଏକ,ସାଂସଦଙ୍କ ଜିଲ୍ଲା ପ୍ରତିନିଧି ହରିହର ମହାନ୍ତ ଏବଂ ବରୋଦା ସାହୁ,ଜିଲ୍ଲା ସମ୍ପାଦକ ବିଶ୍ୱଜିତ୍ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ତଥା ଜିଲ୍ଲା ନେତୃବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବିପୁଳ ଜନ ସମର୍ଥନ ଭିତରେ ଜିଲା ରକ୍ତ ଭଣ୍ଡାର ସହିତ କଟକ ଏବଂ କରଞ୍ଜିଆରୁ ଆସିଥିବା ରକ୍ତଭଣ୍ଡାର କର୍ମୀମାନେ ଦିନ ୨ଟା ସୁଦ୍ଧା ସମୁଦାୟ ୧୪୫୦ ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ କରିଥିବା ସୂଚନା ରହିଛି।
Sign in
Sign in
Recover your password.
A password will be e-mailed to you.