ତରା ଠାରୁ ମଣତା ପର୍ଯନ୍ତ ଥିବା କେନାଲ ରାସ୍ତାକୁ ପିଚୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଯୁବ ଓ ଶ୍ରମ ବିକାଶ ମଞ୍ଚର ଦାବି।

3

କେନ୍ଦୁଝର,ତା୬/୧- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ତରା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମଣତା ଗ୍ରାମକୁ ସଂଯୋଗ କରୁଥିବା କେନାଲ କଡେ କଡେ ଥିବା ରାସ୍ତାଟି ଏବେ ସମ୍ପୂର୍ଣ୍ଣ ମରଣଯନ୍ତା ପାଲଟିଛି। ରାସ୍ତାର ସବୁ ଆଡେ ମେଣ୍ଟାଲ ଗୁଡିକ ବାହାରି ପଡିଥିବା ବେଳେ ଅନେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି ଫଳରେ ଲୋକମାନେ ଦୁର୍ଘଟଣାର ସ୍ୱୀକାର ହୋଇ ଖଣ୍ଡିଆ ଖାବରା ହେଉଛନ୍ତି। ବର୍ଷା ଦିନରେ ସାଇକେଲ, ବାଇକର ଚକ ସ୍ଲିପ ମାରି ରାସ୍ତା ତଳକୁ ଖସିପଡୁଛି। ରାସ୍ତାଟି ଅଣଅସରିଆ ଥିବା ଯୋଗୁଁ ଗୋଟିଏ ପଟରୁ ଗାଡ଼ିଗଲେ ଅନ୍ୟପଟରୁ ଗାଡି ଆସିବା ସମ୍ଭବ ହୋଇ ପାରୁନାହିଁ। ଉକ୍ତ ରାସ୍ତା ଉପରେ ମଣତା ଗ୍ରାମବାସୀ ରେସନ ସାମଗ୍ରୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ଉପରେ ନିର୍ଭରଶୀଳ ଥିବା ସହିତ ପାଖଆଖ ଦଶଟି ଗ୍ରାମରଲୋକେ ମଙ୍ଗଳବାର ଓ ଶନିବାର ହେଉଥିବା ହାଟକୁ ଉକ୍ତ ରାସ୍ତା ଦେଇ ଯାତାୟତ କରିଥାନ୍ତି। ମାତ୍ର ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ସମସ୍ତେ ନାହିଁ ନଥିବା ଅସୁବିଧା ଭଗୁଛନ୍ତି। ଉକ୍ତ ରାସ୍ତାକୁ ଓସାରିଆ କରିବା ସହିତ ମରାମତି ଓ ପିଚୁ କରିବା ନିମନ୍ତେ ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ଯୁବ ଓ ଶ୍ରମ ବିକାଶ ମଞ୍ଚର ସାଧାରଣ ସମ୍ପାଦିକା ଶୈଳବାଳା ପରିଡା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ନିକଟରେ ଲିଖିତ ଦାବି କରିଛନ୍ତି।

Leave A Reply

Your email address will not be published.