କେନ୍ଦୁଝର,ତା୬/୧- ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳିତ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ରେ କେନ୍ଦୁଝର ଜିଲ୍ଲାରୁ ୧୪୦ ଜଣ ବରିଷ୍ଠ ନାଗରିକ ମଦୁରାଇ ଓ ରାମେଶ୍ୱରମ୍ ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ସ୍ଥାନୀୟ କେନ୍ଦୁଝର ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ପରିସରରୁ ଏହି ଯାତ୍ରାର ଶୁଭାରମ୍ଭ ହୋଇଯାଇଛି।ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ ଯୋଗଦେଇ ପତାକା ପ୍ରଦର୍ଶିତ କରି ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତୀର୍ଥଯାତ୍ରୀମାନଙ୍କର ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯାତ୍ରା ସମୟରେ ସମସ୍ତ ତୀର୍ଥଯାତ୍ରୀଙ୍କ ଦେଖାଶୁଣା, ଉପଯୁକ୍ତ ଖାଇବା ପିଇବା ଏବଂ ବିଶ୍ରାମ ସହିତ ଯାତ୍ରାକୁ ଆରାମଦାୟକ କରିବା ପାଇଁ ଏସ୍କୋର୍ଟ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି।ଏହି ଅବସରରେ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷ, ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ରମେଶ ଚନ୍ଦ୍ର ନାୟକ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିଲେ। ଦୀର୍ଘ ଦିନରୁ ତୀର୍ଥ ଦର୍ଶନ ପାଇଁ ଆଶା ରଖିଥିବା ବରିଷ୍ଠ ନାଗରିକମାନେ ସରକାରଙ୍କ ଏହି ଯୋଜନା ମାଧ୍ୟମରେ ଧାର୍ମିକ ସ୍ଥଳ ଭ୍ରମଣ କରିବାକୁ ଯାଉଥିବାରୁ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।
Sign in
Sign in
Recover your password.
A password will be e-mailed to you.