ଓଡ଼ଗାଁ, ୫।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ ରୋହିବାଙ୍କ ପଞ୍ଚାୟତର ଭଗବତୀ ପ୍ରସାଦ ଗାଁରେ ଚୋରଙ୍କ ଉପଦ୍ରବ ବୃଦ୍ଧି ପାଉଥିବାରୁ ଗାଁର ଯୁବଗୋଷ୍ଠୀ ରବିବାର ରାତିରୁ ସଚେତନତା ଅଭିଯାନ ସ୍ୱରୂପ ଠେଙ୍ଗା ପାଳି ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ, ଗତ ଶନିବାର ବିଳମ୍ବିତ ରାତିରେ ଗାଁର ପାଣୁ ସେଠୀ (୩୭) ଓ ଟୁକୁନା ସେଠୀ (୩୫)ଙ୍କ ଘରେ ଅଜଣା ଚୋରମାନେ ପଶି ସମସ୍ତ ଆସବାସପତ୍ର ଓ ଘରୋଇ ସାମଗ୍ରୀ ଚୋରି କରି ନେଇଯାଇଥିଲେ। ଏହି ଘଟଣା ପରେ ସମଗ୍ର ଗାଁରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲା ସୀମାନ୍ତ ଅଞ୍ଚଳ ଗାଁଗୁଡ଼ିକୁ ଲଗାତାର ଚୋରମାନେ ଟାର୍ଗେଟ କରୁଥିବା ବେଳେ ନୟାଗଡ଼ ଜିଲ୍ଲା ସୀମାନ୍ତକୁ ସଂଲଗ୍ନ ଗାଁଗୁଡ଼ିକରେ ମଧ୍ୟ ରାତ୍ରିକାଳୀନ ଚୋରି ଘଟଣା ବଢ଼ିବା ନେଇ ଚିନ୍ତା ବଢ଼ିଛି। ଏହାର ପରିଣାମ ସ୍ୱରୂପ ଗାଁବାସୀ ଭୟଭୀତ ହୋଇପଡ଼ିଥିବାରୁ ଯୁବକମାନେ ନିଜେ ଆଗୁଆ ହୋଇ ଗାଁର ସୁରକ୍ଷା ଦାୟିତ୍ୱ ନେଇଛନ୍ତି। ଉଲ୍ଲେଖନୀୟ ଯେ, ଭଗବତୀ ପ୍ରସାଦ ଗାଁରେ ପୂର୍ବରୁ ଦୁଇଟି ପରିବାରର ଘରେ ଚୋର ପଶି କଳା କନା ବୁଲାଇଦେଇଥିବା ଘଟଣା ସମ୍ପର୍କରେ ଛାପା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷିତରେ ଗାଁବାସୀଙ୍କ ମଧ୍ୟରେ ସଚେତନତା ଓ ସହଯୋଗର ଆବଶ୍ୟକତା ଅଧିକ ଦେଖାଯାଇଛି।
Sign in
Sign in
Recover your password.
A password will be e-mailed to you.