ଓଡଗାଁ ନ୍ୟାୟାଳୟ ଓ ତହସିଲ କାର୍ଯ୍ୟାଳୟରେ ନୂତନ ସରକାରୀ ଓକିଲଙ୍କୁ ମିଳିଲା ନିଯୁକ୍ତି,

3

ଓଡଗାଁ,୫।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁର ବିଭିନ୍ନ ନ୍ୟାୟାଳୟ ଓ ତହସିଲଦାରଙ୍କ କାର୍ଯ୍ୟାଳୟରେ ନୂତନ ସରକାରୀ ଓକିଲଙ୍କୁ ରାଜ୍ୟ ସରକାରଙ୍କ ଆଇନ ବିଭାଗ ନିଯୁକ୍ତି ପ୍ରଦାନ କରିଛନ୍ତି ।ତଦନୁସାରେ ଅତିରିକ୍ତି ଜିଲ୍ଲା ବିଚାରପତିଙ୍କ ନ୍ୟାୟାଳୟରେ ଚିତ୍ତରଞ୍ଜନ ଦାଶ ଅତିରିକ୍ତ ସରକାରୀ ଅଧିବକ୍ତା, ମନୋଜ ପଟ୍ଟନାୟକ ଅତିରିକ୍ତ ସରକାରୀ ଓକିଲ (ପିପି ), ଗୋପବନ୍ଧୁ ମହାନ୍ତି ସହଯୋଗୀ ଓକିଲ, ରବିନାରାୟଣ ବରାଡ଼ ସ୍ୱତନ୍ତ୍ର ସରକାରୀ ଓକିଲ (ଏନଡିପିଏସ ଆକ୍ଟ ), ସୁଶାନ୍ତ କୁମାର ମିଶ୍ର ସ୍ୱତନ୍ତ୍ର ସରକାରୀ ଓକିଲ (ଏସସି ଏବଂ ଏସଟି ଆକ୍ଟ )ଭାବେ ନିଯୁକ୍ତି ପାଇଛନ୍ତି | ସେହିପରି ଦେୱାନୀ ବିଚରାଳୟ (ବରିଷ୍ଠ )ରେ ନରେନ୍ଦ୍ର ପ୍ରଧାନ ଅତିରିକ୍ତ ସରକାରୀ ଅଧିବକ୍ତା, ବଟକୃଷ୍ଣ ମିଶ୍ର ସହଯୋଗୀ ଓକିଲ ଭାବେ ନିଯୁକ୍ତି ପାଇଥିବା ବେଳେ ଦେୱାନୀ ବିଚରାଳୟ (କନିଷ୍ଠ )ରେ ଦିବ୍ୟଲୋଚନ ସାହୁ ଅତିରିକ୍ତ ସରକାରୀ ଅଧିଵକ୍ତା, ଚିରଞ୍ଜିବି ଦାଶ, ନିରଞ୍ଜନ ମହାପାତ୍ର ଓ ବସନ୍ତ କୁମାର ମହାନ୍ତି ସହକାରୀସରକାରୀ ଓକିଲ ଭାବେ ନିଯୁକ୍ତି ପାଇଛନ୍ତି । ଏବଂ ଗ୍ରାମ ନ୍ୟାୟାଳୟରେ ପାଣୁ ଚରଣ ବେହେରା ଓ କିଶୋର ଚନ୍ଦ୍ର ସାହୁ ସହକାରୀ ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଛନ୍ତି । ଅନ୍ୟପକ୍ଷେ ସ୍ଥାନୀୟ ତହସିଲଦାରଙ୍କ ନ୍ୟାୟାଳୟରେ କୃପାସିନ୍ଧୁ ଗୌଡ଼ ଓ ପୂର୍ଣ୍ଣ ଚନ୍ଦ୍ର ଦୋରା ସହକାରୀ ଓକିଲ ଭାବେ ନିଯୁକ୍ତି ପାଇଥିବା ବେଳେ ଏ ନେଇ ଆବଶ୍ୟକ ସରକାରୀ ନିର୍ଦ୍ଧେଶନାମା ପ୍ରକାଶ ପାଇଛି |

Leave A Reply

Your email address will not be published.