ଜିଲ୍ଲାର ଗଞ୍ଜାମ ସୀମାବର୍ତି ଗ୍ରାମାଞ୍ଚଳରେ ଚୋରି ବୃଦ୍ଧି,

2
  • ଭଗବତୀ ପ୍ରସାଦରେ ଲୋକେ ଭୟଭୀତ,

  • ତାଲା ପଡ଼ିଥିବା ଘରକୁ ଟାର୍ଗେଟ,

  • ୧ ମାସ ମଧ୍ୟରେ ଏକା ପ୍ରକାରର ୫ରୁ ଉର୍ଦ୍ଧ୍ବ ଚୋରି ଘଟଣା

ଓଡ଼ଗାଁ,୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରୋହିବାଙ୍କ ପଞ୍ଚାୟତ ଭଗବତୀ ପ୍ରସାଦ ଗାଁରେ ଶନିବାର ବିଳମ୍ବିତ ରାତିରେ ଚୋର ପଶି ଦୁଇଟି ପରିବାରରୁ ସବୁକିଛି ଚୋରି କରି ନେଇଯାଇଛନ୍ତି । ଅଭିଯୋଗ ପାଇ ଓଡ଼ଗାଁ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛନ୍ତି । ଭଗବତୀ ପ୍ରସାଦ ଗାଁର ପାଣୁ ସେଠୀ (୩୭) ଭୁବନେଶ୍ୱରରେ ପରିବାର ସହ ରହି ସେଠାରେ କାମ କରିଥାନ୍ତି ।ଏବଂ ଟୁକୁନା ସେଠୀ(୩୫)ଙ୍କ ଶରୀର ଅସୁସ୍ଥ ଯୋଗୁଁ ସେ ଡାକ୍ତରଖାନାରେ ଥିବା ବେଳେ ଉଭୟଙ୍କ ଘରେ ତାଲା ପଡ଼ିରହୁଥିଲା । ଏହାର ସୁଯୋଗରେ ଚୋର ଶନିବାର ରାତିରେ ଗ୍ରୀଲରୁ ତାଲା ଭାଙ୍ଗି ଘରର ଆସବାବ ପତ୍ର ସବୁ ଚୋରିକରି ନେବା ସହିତ ଅଧିକ ସମ୍ପତ୍ତି ପାଇବା ଆଶାରେ ଖଟ ଆଲମିରାର ସାମନ ସବୁକୁ ଏଣେ ତେଣେ ଫିଙ୍ଗି ଦେଇଛନ୍ତି । ସୂଚନା ଥାଉକି ଗତ ଡିସେମ୍ବର ମାସ ୧୩ ତାରିଖରେ ସୁନାମୁହିଁ ପଞ୍ଚାୟତ ଲୁଣି ଗ୍ରାମରେ ଓ ୧୬ ତାରିଖରେ ବାହାଡ଼ାଝୋଲାରେ ଲକ୍ଷ୍ୟାଧିକ ସ୍ବର୍ଣ୍ଣ ଅଳଙ୍କାର ଚୋରି ହୋଇଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା । ଶନିବାର କେବଳ ଭଗବତୀ ପ୍ରସାଦ ନୁହେଁ ବରଂ ଆଖପାଖ ଅଞ୍ଚଳରେ ଚୋର ଚୋରୀ ଉଦ୍ୟମ କରୁଥିବା ବେଳେ କୋଳାହଳ ଶୁଣି ଚୋରମାନେ ସେଠାରୁ ଚମ୍ପଟ ମାରିଥିଲେ । ଗଞ୍ଜାମ ଜିଲ୍ଲା ସୀମାକୁ ଲାଗିରହିଥିବା ନୟାଗଡ଼ ଜିଲ୍ଲାର ଉକ୍ତ ଗାଁ ଗୁଡ଼ିକରେ ଏବେ ସନ୍ଧ୍ୟା ହେଲେ ତାଟି କବାଟ ପଡୁଛି । ଏବଂ ଭୟରେ ଲୋକେ ଏବେ ଠେଙ୍ଗା ପାଳି କରି ଜଗିବାର ଯୋଜନା କରୁଛନ୍ତି । ତେବେ ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲା ପୋଲିସ ଏନେଇ ସ୍ବତନ୍ତ୍ର ପାଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ କଲେ ଚୋରଙ୍କୁ ଗିରଫ କରିବା ସହଜ ହେବା ସହ ଚୋରି ଉଦ୍ୟମରେ କେତେକାଂଶରେ ରୋକ୍ ଲାଗି ପାରନ୍ତା ।

Leave A Reply

Your email address will not be published.