ଉତ୍କଳ କରାଟେ ସ୍କୁଲର ସମ୍ବର୍ଦ୍ଧନା ଉତ୍ସବ ପାଳିତ

2
  • ସମ୍ବର୍ଦ୍ଧିତ ହେଲେ ଜାତୀୟ କରାଟେକା ।

  • ଜାତୀୟ ସ୍ତରେରେ ସ୍ୱର୍ଣ୍ଣପଦକ ହାସଲ କଲେ ଗୁଣପୁରର ଛାତ୍ର ରୁଦ୍ରାନ ।

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ଉତ୍କଳ କରାଟେ ସ୍କୁଲ ତରଫରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି । ଡିସେମ୍ବର ୨୭ରୁ ୩୦ପର୍ଯ୍ୟନ୍ତ ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ ଠାରେ ଜାତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଗୁଣପୁରରୁ ୦୮ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ଜାତୀୟ ସ୍ତରରେ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ, ଆଠୋଟି ବ୍ରଞ୍ଜ ପଦକ ହାସଲ କରି ଗୁଣପୁରର ଗୌରବକୁ ବିଶ୍ୱ ଦରବାରରେ ପହଁଚାଇଛନ୍ତି । ଏହି ଅବସରରେ ଆଜି ସ୍ଥାନୀୟ କରାଟେ ସ୍କୁଲ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଥିଲା । ଏଥିରେ ରାୟଗଡା ଜିଲ୍ଲା ମନରେଗା ଅମ୍ବୁଡସ୍‌ମ୍ୟାନ (ଲୋକପାଳ) ଅକ୍ଷୟ କୁମାର ଦାସ ମୁଖ୍ୟ ଅତିଥି , ଜାତୀୟ ଭାରଉତ୍ତୋଳନକାରୀ ପଦ୍ମ ଚରଣ ପଣ୍ଡା ସମ୍ମନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ କରାଟେ ଗୁରୁ ଲବ ବାଉରୀ ପୌରହିତ କରିଥିଲେ । କରାଟେକା ରୁଦ୍ରାନ ଦଳାଇ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ବ୍ରଞ୍ଜ, ଆରୁଶ ମିଶ୍ର ଗୋଟିଏ ରୌପ୍ୟ, ଗୋଟିଏ ବ୍ରଞ୍ଜ, ଆଦିତ୍ୟ ପ୍ରସାଦ ପାଢୀ ଗୋଟିଏ ରୌପ୍ୟ, ଗୋଟିଏ ବ୍ରଞ୍ଜ, ମାନସ ରଞ୍ଜନ ସାହୁ, ଜି ହର୍ଷିତା, ଜି ସିଲ୍ପି, ଭି ଅକ୍ଷରା, ହର୍ଷିତା ଚୌଧୁରୀ ପ୍ରମୁଖ ଗୋଟିଏ ଲେଖାଏଁ ବ୍ରଞ୍ଜ ପଦକ ହାସଲ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ସମସ୍ତ କରାଟେକାଙ୍କୁ ପଦକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱାସ୍ଥ୍ୟବାନ ହେବା ସହ ଆତ୍ମରକ୍ଷାର ପ୍ରମୁଖ ଉପାଦେୟ କରାଟେ ହେବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ୧୯୮୪ରୁ ଗୁଣପୁରରେ କରାଟେର ପ୍ରସାର ଓ କରାଟେକା ସୃଷ୍ଟି କରୁଥିବା ଜଣେ ମାତ୍ର ବ୍ୟକ୍ତି କରାଟେ ମାଷ୍ଟର ଲବ ବାଉରୀଙ୍କ ଉଦ୍ୟମକୁ ଅତିଥି ମାନେ ପ୍ରଶଂସା କରିଥିଲେ । ଭବିଷ୍ୟତରେ ଗୁଣପୁରରୁ ଆହୁରି ଅଧିକ କରାଟେକା ସୃଷ୍ଟି କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନାଁ କରିବାକୁ ମୁଖ୍ୟ ଅତିଥି ସମସ୍ତଙ୍କୁ ଅନୁରୋଧ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ କରାଟେ ସ୍କୁଲ ସଂଗଠକ ଅନନ୍ତ ପାତ୍ର ସଂଯୋଜନା କରିଥିବା ବେଳେ ରାଜେଶ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ଦେବେନ୍ଦ୍ର ଦୋରା, ନିରାକାର ବାଉରୀ, ଶ୍ରୀକାନ୍ତ ମହାଙ୍କୁଡ ସହଯୋଗ କରିଥିଲେ । ପୁରାତନ ଛାତ୍ର ହେମନ୍ତ କୁମାର ଦାସ, କେ ସନ୍ତୋଷ କୁମାର, ରାଜେନ୍ଦ୍ର ଶବର, ରଞ୍ଜିତ ଗମାଙ୍ଗ, ଡି ରାଜା, ଗୋବିନ୍ଦ ଶବର, ରାଜେଶ କୁମାର ପୃଷ୍ଟି, ରାଜେନ୍ଦ୍ର ଦୋରା, ଉମା ଶଙ୍କର ଗମାଙ୍ଗ, ସୁରେଶ ବାଉରି ପ୍ରମୁଖ ଉପସ୍ଥିତ ରହି ନୁତନ କରାଟେକାଙ୍କୁ ଆଗକୁ ବଢିବାକୁ ପ୍ରତ୍ସାହିତ କରିଥିଲେ ।

Leave A Reply

Your email address will not be published.