ଷୋହଳଖଣ୍ଡ ଗୋପାଳ ସମାଜର ଜିଲ୍ଲା ଉନ୍ନୟନ କମିଟି ଗଠିତ

2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜର ଜିଲ୍ଲା ଉନ୍ନୟନ କମିଟି ଗଠିତ । ପାରଳାଖେମୁଣ୍ଡି ସ୍ଥିତ ଚିତ୍ରକାର ସାହି ନିକଟସ୍ଥ ଶ୍ରୀ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ସମାଜର ଜିଲ୍ଲା ସଭାପତି ଖଦାଳ ଗୌଡ ଙ୍କ ନିର୍ଦ୍ଦେଶ ପ୍ରକାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେଠାରେ ସମାଜର ବିଭନ୍ନ ସମସ୍ଯା , ଉନ୍ନୟନ ମୂଳକ କାର୍ଯ୍ୟ ଓ ଆଗାମୀ କାର୍ଯ୍ୟ ପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ସର୍ବ ସମ୍ମତି କ୍ରମେ ଜିଲ୍ଲା ଉନ୍ନୟନ କମିଟି ଗଠିତ ହୋଇଛି ।
ବିଜୟ କୁମାର ଗୌଡଙ୍କୁ ଉନ୍ନୟନ କମିଟିର ସଭାପତି ଭାବରେ ଚୟନ କରିଥିବା ବେଳେ ସମ୍ପାଦକ ଭାବରେ ସୂର୍ଯ୍ୟ ନାରାୟଣ ମହାଙ୍କୁଡ , ସୁବାସ ଚନ୍ଦ୍ର ମହାଙ୍କୁଡଙ୍କୁ କୋଷାଧ୍ୟକ୍ଷ ଭାବରେ ମନୋନୀତ କରାଯାଇଛି । ଏହା ସହିତ କମିଟିରେ ୬ ଜଣ ସଭ୍ୟଙ୍କୁ ମଧ୍ୟ ମନୋନିତ କରାଯାଇଥିବା ସମାଜ ପକ୍ଷରୁ କୁହାଯାଇଛି । ଏହି କମିଟି ସମାଜର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦିଗରେ ପଦକ୍ଷେପ ଗ୍ରହଣ କରିବା ସହ ସମ୍ମନୟ ରକ୍ଷା କରିବ।

Leave A Reply

Your email address will not be published.