କେନ୍ଦୁଝର,ତା୪/୧- କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ୍ଠାରେ ୨୦୨୫-୨୬ ବର୍ଷର ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ଧାନ ସଂଗ୍ରହ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଜିଲ୍ଲାରେ ଚଳିତ ବର୍ଷ ପାଇଁ ୧୩,୧୩,୦୦୦ କ୍ୟୁଇଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି। ଗତ ୨୬ ଡିସେମ୍ବରରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ୭୨,୯୪୭ ଟି ଟୋକନ୍ ଜେନେରେଟ୍ କରାଯାଇଥିବା ବେଳେ ପ୍ରାୟ ୧୯୫ ଜଣ ଚାଷୀଙ୍କଠାରୁ ୭୬୯୪.୫୬ କ୍ୟୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ବୈଠକ ପୂର୍ବରୁ ମନ୍ତ୍ରୀ ନରଣପୁର ଲ୍ୟାମ୍ପସ ପରିଦର୍ଶନ କରି ସେଠାରେ ଚାଷୀଙ୍କ ସହ ଆଲୋଚନା କରିବା ସହ ବ୍ୟବସ୍ଥାର ତଦାରଖ କରିଥିଲେ।ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ୮୨ଟିପ୍ରାଥମିକ କୃଷି ସମବାୟ ସମିତି/ବୃହତ ଆକାରର ଆଦିବାସୀ ବହୁମୁଖୀ ସମବାୟ ସମିତିରେ ପ୍ରକ୍ରିୟା ଶେଷ ହୋଇଥିବା ବେଳେ, ୯୫ ଜଣ ବହୁମୁଖୀ ଅଣ-ବୈଷୟିକ କର୍ମଚାରୀ(MNO)ଓ ୩୩ ଜଣ ବହୁମୁଖୀ ସହାୟକ କର୍ମଚାରୀ (MSO)ନିଯୁକ୍ତ ହୋଇଥିବା ନେଇ ସୂଚନା ଦିଆଯାଇଛି। ଏମାନେ ମୁଖ୍ୟତଃ ସମିତିର ଦୈନନ୍ଦିନ ପରିଚାଳନା, ଋଣ ପ୍ରଦାନ ପ୍ରକ୍ରିୟା ଏବଂ ଚାଷୀମାନଙ୍କୁ ସହାୟତା କରିବା କାର୍ଯ୍ୟରେ ନିୟୋଜିତ ହେବେ। ଚାଷୀମାନେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ଧାର୍ଯ୍ୟ ସମୟ ମଧ୍ୟରେ ସ୍ୱଚ୍ଛତାର ସହ ଯେପରି ଧାନ ସଂଗ୍ରହ କରାଯିବ ସେଥିପ୍ରତି ସତର୍କ ଏବଂ ଧ୍ୟାନ ଦେବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏହି ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ଅତିଥିଭାବେ ମାନ୍ୟବର ବିଧାୟକ ଘସିପୁରା ଶ୍ରୀ ବଦ୍ରିନାରାୟଣ ପାତ୍ର, ମାନ୍ୟବର ବିଧାୟକ ପାଟଣା ଶ୍ରୀ ଅଖିଳ ଚନ୍ଦ୍ର ନାୟକ, ମାନ୍ୟବର ବିଧାୟକ ତେଲକୋଇ ଡଃ ଫକିର ମୋହନ ନାୟକ, କେନ୍ଦୁଝର ଜିଲ୍ଲାପାଳଶ୍ରୀ ବିଶାଲ ସିଂ।ଏହା ସହିତ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ , ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ, ଡି.ଆର.ସି.ଏସ ପର୍ଶୁରାମ ପାତ୍ର ଏବଂ ଯୋଗାଣ ଓ ସମବାୟ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post