ଚତୁର୍ଦ୍ଦଶ ରାଜ୍ୟସ୍ତରୀୟ ବଂଶଧାରା ବସନ୍ତମହୋତ୍ସବ ଅବସରରେ ବିଭିନ୍ନ କ୍ରୀଡ଼ା ଓ ଅନ୍ୟ ପ୍ରତିଯୋଗିତା ଆରମ୍ଭ

2

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଚତୁର୍ଦ୍ଦଶ ରାଜ୍ୟସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ଅବସରରେ ଗୁଣପୁର କ୍ରୀଡ଼ା ପରିଷଦ ଦ୍ବାରା ଆୟୋଜିତ ହେବାକୁ ଥିବା ବିଭିନ୍ନ କ୍ରୀଡ଼ା ଓ ଅନ୍ୟ ପ୍ରତିଯୋଗିତା ଗୁଡ଼ିକ ଆଜି ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଗୁଣପୁର କଲେଜ ଓ ଥାୟାରାମ୍ମା ମହିଳା ମହାବିଦ୍ୟାଳୟ ର ଏନସିସି ଛାତ୍ରଛାତ୍ରୀ ମାନେ ମଶାଲକୁ ଗ୍ରାମଦେବୀ ମନ୍ଦିରରୁ ସେବା ସମାଜ ପଡ଼ିଆ ଯାଏଁ ଏକ ଶୋଭାଯାତ୍ରାରେ ନେଇଥିଲେ ଥିଲା। ଏହି ମେଗା କ୍ରୀଡ଼ା ଉତ୍ସବ ର ଉଦ୍‌ଘାଟନୀ ଉତ୍ସବରେ ଉତ୍ସବ ପରିଚାଳନା କମିଟି ର ସଭାପତି ତଥା ପୁର୍ବତନ ବିଧାୟକ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ର ଅଧ୍ୟକ୍ଷା ମମତା ଗୌଡ଼ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝିଲି ଶବର, ଜିଆଇଇଟି ବିଶ୍ୱବିଦ୍ୟାଳୟର ଉପ ସଭାପତି ଡଃ ଚନ୍ଦ୍ରଧ୍ଵଜ ପଣ୍ଡା, ନବ ନିର୍ମାଣ ସମିତି ର ସଭାପତି ଅକ୍ଷୟ ଦାସ, ବରିଷ୍ଠ ଆଇନଜୀବୀ ଉମା ପଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ପ୍ରଥମେ କ୍ରୀଡା ପ୍ରତିଯୋଗିତାରେ କ୍ରୀଡା ପତାକା ଉତଳାନ କରି ଉଦ୍ଘାଟନ କରିଥିଲେ । କ୍ରୀଡା ପରିଷଦ ର ସମ୍ପାଦକ ସପନ ଦାସ ନିଜ ନିଜର ବିବରଣୀ ପ୍ରଦାନ କରିଥିଲେ । ଏହି ଅବସର ରେ ଜିଲ୍ଲା ଓ ଜାତୀୟ ସ୍ତରର ରେ ସୁନାମ ଅର୍ଜନ କରିଥିବା ଜିଲ୍ଲା ର କ୍ରୀଡାବିତ୍ ଯଥା ମୁନା ଶବର, ଦିଲ୍ଲୀପ କୁମାର ଶବର, ସୁରମିୟା ବଡ ରଇତ, ଦିଲ୍ଲୀପ ମିଣିଆକା, ଅଭିପ୍ସା ନାୟକ, ରାକେଶ ଦିପ୍, ତ୍ରୀଶା ପେରିସିକା, ଶୃତି ପେରିସିକା, କାରସିମା ହିମିରିକା ଙ୍କୁ କ୍ରିଡା ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ମାନେ ଏହି ଭଳି କାର୍ଯ୍ୟକ୍ରମ କୁ ସଫଳତା ର ସହ କରି ଆସୁଥିବାରୁ ଗୁଣପୁର ନବ ନିର୍ମାଣ ସମିତି କୁ ସାଧୁବାଦ୍ ଜଣାଇବା ସହ ଏହି କ୍ରୀଡା ପ୍ରତିଯୋଗିତା ର ସଫଳତା କାମନା କରିଥିଲେ । ଆଜି ସେବା ସମାଜ ପଡିଆ ଠାରେ ଗାଁ କବାଡି ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇଥିବା ବେଳେ ମିନି ଷ୍ଟାଡିୟମ୍ ଠାରେ ସୋମନାଥ ପାତ୍ର ସ୍ମାରକୀ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ବଂଶଧାରା କପ୍” ବଳରାମ ପଣ୍ଡା ସ୍ମାରକୀ ଲେଦର ବଲ୍‌ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଜାନୁଆରୀ ୧୮ ରୁ ମିନି ଷ୍ଟାଡ଼ିୟମ୍‌ ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଭିନ୍ନ ଦିନରେ ବ୍ୟାଡ ମିଣ୍ଟନ , ଭଲିବଲ୍ , ପାଓ୍ବାର ଲିଫଟିଂ, ସଙ୍ଗୀତ , ନୃତ୍ୟ, ଝୋଟି , ପ୍ରତିଭା ପ୍ରଦର୍ଶନୀ , ଗୀତା ଆବୃତ୍ତି , ସୃଜନୀ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଟିତ ହେବ ।ଏହି କାର୍ଯ୍ୟକ୍ରମ ରେ ଆଜି ଉତ୍ସବ ପରିଚାଳନା କମିଟିର ସମ୍ପାଦକ ତଥା ପଞ୍ଚାୟତ ସମିତି ର ଉପାଧ୍ୟକ୍ଷ ଶୁଦର୍ଶନ ଶବର, ଗୁଣପୁର ପୌର ପରିଷଦ ର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ, ନବ ନିର୍ମାଣ ସମିତି ର ସାଧାରଣ ସମ୍ପାଦକ ରଂଜିତ ପାଢି, ଉତ୍ସବ ପରିଚାଳନା କମିଟିର ଉପ ସଭାପତି ଏସ ବାବା ପ୍ରସାଦ , କାର୍ଯ୍ଯକାରି ସଭାପତି କୈଳାସ ଦାସ, ରମେଶ ଲିମା, କାଉନସିଲର ପ୍ରମୋଦ ଦାସ, ସାନ ବାଉରୀ, କମଳାକାନ୍ତ ଖୁଣ୍ଟିଆ, ରାମ ପଣ୍ଡା, ଏଲ ଟି ଶଷ୍ମିତା ବାଉରୀ, ଅଧ୍ଯାପାକା ସର୍ମିଳା ସାମନ୍ତରାୟ, ନନ୍ଦିନୀ ପଣ୍ଡା, ସୁନୀଲ ଗୌଡ, କାଳି ଦାସ, ବିଷ୍ଣୁ ପଣ୍ଡା, ବିଟିବି ରାବଣା ମୁର୍ତ୍ତୀ, ଆଡିଆ ଶବର, ଜୟଦେବ ପଣ୍ଡା, ଲକ୍ଷ୍ମୀ ମହାଙ୍କୁଡ, ଲାଲୁ କର, ରବି କୁମାର, ଶିବା ଡାକୁଆ, ତରୁଣ କାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ। ନବ ନିର୍ମାଣ ସମିତି ର ଉପ ସଭାପତି ଉମା ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କ୍ ଇଡା ଗୌରବ ପ୍ରଦାନ କାର୍ଯ୍ୟକ୍ରମ ର ସଂଯୋଜନା ସୁନୀଲ ଗୌଡ କରିଥିଲେ ଓ ଆବାହକ ରାଜେଶ ପାଢି ଧନ୍ୟବାଦ ଦେଇଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନର କ୍ରିଡା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଏହି କ୍ରିଡ଼ାକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.