ଜଗତସିଂହପୁର,ତା-୦୪.୦୧.୨୦୨୬/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅଧୀନ ପୁରୁଣାଗଡ଼ ଠାରେ ଅବସ୍ଥିତ ଜିଲ୍ଲା ର ଅଗ୍ରଣୀ ଅନୁଷ୍ଠାନ ପ୍ରଫୁଲ୍ଲ ପାଠାଗାର ପରିସରରେ ଆଜି ରାଜ୍ୟ ସ୍ତରୀୟ ଗୋପାଳ ଛୋଟରାୟ ସ୍ମୃତି ସଭା ଓଡିଶା ସାହିତ୍ୟ ଏକାଡେମୀ ଏବଂ ପ୍ରଫୁଲ୍ଲ ପାଠାଗାର ମିଳିତ ଉଦ୍ୟମରେ ରବିନ୍ଦ୍ର ନାଥ ତ୍ରିପାଠୀ ଙ୍କ ଅଧକ୍ଷତା ରେ ପାଳିତ ହୋଇଯାଇଛି l ସଭା ଆରମ୍ଭ ରେ ଶିକ୍ଷାବିତ ବଂଶୀଧର ଆଚାର୍ଯ୍ୟ ଅତିଥିମାନଙ୍କ ପରିଚୟ ଦେଇଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ନାଟ୍ୟକାର ମହେନ୍ଦ୍ର ଆଚାର୍ଯ୍ୟ ଓ଼ ମୁଖ୍ୟ ବକ୍ତା ଭାବେ ନାଟ୍ୟକାର ଉତ୍ତମ ଦାସ ଯୋଗ ଦେଇ ଗୋପାଳ ଛୋଟରାୟ ଙ୍କ ନାଟକ,ଗୀତିନାଟ୍ୟ ଉପରେ ବିସ୍ତୃତ ଆଲୋଚନା କରି ସାମ୍ପ୍ରତିକ ଯୁଗରେ ନାଟକ ର ଭୂମିକା ଏବଂ ସ୍ୱର୍ଗତ ଛୋଟରାୟ କିପରି ତାଙ୍କ ବାପାଙ୍କ କୋଳରେ ବସି ବାଳକୃଷ୍ଣ ମହାନ୍ତି ଓ଼ ବୈଷ୍ଟମ୍ବ ପାଣି ଙ୍କ ନାଟକ ଦେଖି ତାହା ତାଙ୍କୁ ଅନୁପ୍ରାଣିତ କରିଥିଲା ବୋଲି କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟ ଚେତନା ର ନିର୍ଧେଶକ ସୁବୋଧ ପଟନାୟକ ଥଏଟର ନାଟକ ର ବିଭିନ୍ନ ଦିଗ,ଚଳଚିତ୍ର ନିଁର୍ଧେଶକ ବିଶ୍ୱଜିତ ଦାସ ନାଟକ ଓ଼ ଚଳଚିତ୍ର ଉପରେ ଆଲୋଚନା କରିଥିଲେ l ପ୍ରାବନ୍ଧିକ ତଥା ସ୍ତମ୍ଭକାର ଅଭିରାମ ବିଶ୍ୱାଳ,ଓ଼ ଅବସରପ୍ରାପ୍ତ ପ୍ରଶାସନିକ ଅଧି କାରୀ ପ୍ରସନ୍ନ ଦାଶ କିପରି ଗୋପାଳ ଛୋଟ ରାୟ ଙ୍କ ନାଟକ ଅନେକ ଲୋକ ଙ୍କୁ ଗାଁ କୁ ଫେରିଆସିବାକୁ ଖୋରାକ ଯୋଗାଇଥିଲା ବୋଲି ମତ ବେକ୍ତ କରିଥିଲେ l ତାଙ୍କ ନାଟକ ଶ୍ରୀମତୀ ସମାର୍ଯନୀ,ଫେରିଆ,ଗୀତିନାଟ୍ୟ ମହିଂସା ମର୍ଦ୍ଧିନୀ,ଶ୍ରୀ ଗଣେଶ ଆଦି ଉପରେ ଉଦାହରଣ ଦେଇ ସଭା କୁ ଗରିମମୟ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଜୟ ପତି,ଓ ଲଷ୍ମୀଧର ପ୍ରଧାନ,ସମ୍ପଦ ବେହେରା,ରମାକାନ୍ତ ସାମନ୍ତରାୟ,ବିଭୁତି ଲେଙ୍କା,ବଂଶୀଧର ବେହେରା ଏଥିରେ ଅଂଶ ଗ୍ରହଣ କରିଥିଲା ବେଳେ ସମ୍ପାଦକ ସୁରେନ୍ଦ୍ର ରାୟ ଧନ୍ୟବାଦ ଦେଇଥିଲେ l ଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରବନ୍ଧ ପ୍ରତିଯୋଗିତା ପାଇଁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.