କେନ୍ଦୁଝର,ତା୪/୧- ବହୁ ପ୍ରତିକ୍ଷିତ ରାଜ୍ୟ ପ୍ରସିଦ୍ଧ ବରଗଡ଼ ଠାରେ ଅନୁଷ୍ଠିତ ୭୮ ତମ ଧନୁଯାତ୍ରାରେ ଘଟଗାଁ ମା’ ତାରିଣୀ ନୃତ୍ୟଶିକ୍ଷା କେନ୍ଦ୍ର ଦ୍ଵାରା ଆୟୋଜିତ ପରିବେଷିତ କଂସଙ୍କ ରାଜ ଦରବାର ଓ ରଙ୍ଗଶାଳରେ ଓଡିଶୀ ନୃତ୍ୟ ଶ୍ରୀ ଗଣେଶ ତାଣ୍ଡବରେ ହଜାର ହଜାର ଦର୍ଶକ ବିମୋହିତ ହୋଇଥିଲେ l ସେଥିପାଇଁ ମହାରାଜା କଂସଙ୍କ ତରଫରୁ ସ୍ଵତନ୍ତ୍ର ଭାବେ ମା’ ତାରିଣୀ ନୃତ୍ୟଶିକ୍ଷାର ଗୁରୁ ସଞ୍ଜୟ କୁମାର ଦାସଙ୍କୁ ନୃତ୍ୟ ସାଧନା ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ। ତତ ସହିତ ନୃତ୍ୟଶିଳ୍ପୀ ଅଙ୍କିତା ଜେନା, ସୁନିତା ଦାସ, ଶୁଭଲକ୍ଷ୍ମୀ ପାତ୍ର, ରୁତୁଶ୍ରୀ ପ୍ରଧାନ, ଦିବ୍ୟଦର୍ଶିନୀ ଓଝା ଓ ଅନ୍ୟଷା ପଲେଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ନୃତ୍ୟକୁ ଭୁବନେଶ୍ବରର ଗୁରୁ ବିକ୍ରମ ସାମଲଙ୍କ ଦ୍ଵାରା ପ୍ରସ୍ତୁତି କରାଯାଇଥିଲା। ତେବେ ମା’ ତାରିଣୀ ନୃତ୍ୟ ଶିକ୍ଷା କେନ୍ଦ୍ରର ଏହି ସଫଳତାରେ ଶିକ୍ଷା କେନ୍ଦ୍ରର ସଭାପତି ମହେନ୍ଦ୍ର ପାତ୍ର, ଉପଦେଷ୍ଟା ମଣ୍ଡଳୀର ସଞ୍ଜୟ କୁମାର ସାହୁ, ରଞ୍ଜନ ପଲେଇ ଓ ଅନ୍ୟମାନେ ଗୁରୁ ସଞ୍ଜୟ କୁମାର ଦାସ ଓ ଅନ୍ୟ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.