ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ସହର ମଧ୍ୟ ଭାଗରେ ଥିବା ସ୍ଵତନ୍ତ୍ର ଶିକ୍ଷା ଓ ଧନ୍ଦା ମୂଳକ ତାଲିମ କେନ୍ଦ୍ର ଆଶା କିରଣ ପରିଦର୍ଶନ ରେ ଆସି ପହଞ୍ଚି ଥିଲେ ମାନ୍ୟବର ଶିକ୍ଷା ତଥା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ଓ ସଶକ୍ତିକରଣ ,ଏବଂ ସଂଖ୍ୟା ଲଘୁ ବିଭାଗ ଓଡ଼ିଶା ସରକାର ଙ୍କ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ । ତାଙ୍କ ସହ ନବରଙ୍ଗପୁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଗୌରୀ ଶଙ୍କର ମାଝି , ଡାବୁ ଗାଁ ମାନ୍ୟବର ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ମାନ୍ୟବର ବିଧାୟକ ନରସିଂହ ଭତ୍ରା ସହିତ ନବରଙ୍ଗପୁର ମ୍ୟୁନିସିପାଲଟି ଅଧ୍ୟକ୍ଷ ଶ୍ରୀଯୁକ୍ତ କୁନୁ ନାୟକ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁଧାଂଶୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ଥିବା ତାଲିମ କେନ୍ଦ୍ର କିଛି ଛାତ୍ର ନିଜ ହାତ ତିଆରି ଫୁଲ ତୋଡା ସହିତ ଉପଢୋକନ୍ ଦେଇ ସ୍ବାଗତ କରିଥିଲେ ସମସ୍ତ ଅତିଥି ଙ୍କୁ । ଅନୁଷ୍ଠାନ ରେ ଚାଲୁଥିବା ଧନ୍ଦା ମୂଳକ ଶିକ୍ଷାର ସମସ୍ତ ଦିଗ ଉପରେ ପଚାରି ବୁଝିଥିଲେ । ଆଗକୁ କିଛି ନୂଆଁ ନୂଆଁ ସ୍କିଲ ପିଲାଙ୍କ ଦ୍ଵାରା କରାଇ ପିଲାଙ୍କୁ ଭବିଷ୍ୟତ ରେ ନିଜ ଗୋଡ ନିଜେ ଠିଆ ହେବା ପାଇଁ ଦିଆଯିବ ବୋଲି କହିଥିଲେ।
ବର୍ତମାନ ଓଡ଼ିଶା ସରକାର ଦିବ୍ୟାଙ୍ଗ ମାନଙ୍କ ମୌଳିକ ଆବଶ୍ୟକତା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି ବୋଲି କହିଥିଲେ। ଯେ କୌଣସି ଅନୁଷ୍ଠାନ ହେଲେ ହେଁ ସମସ୍ୟା ନିଶ୍ଚୟ ଥିବ କିନ୍ତୁ ସମସ୍ୟାର ସମାଧାନ ତୁରନ୍ତ ଏବଂ ସୁନିଶ୍ଚିତ ହେବ ବୋଲି କହିଥିଲେ। ମାନ୍ୟବର ବିଧାୟକ ଗୌରୀ ଶଙ୍କର ମାଝି ଏବଂ ମାନ୍ୟବର ବିଧାୟକ ମନୋହର ରନ୍ଧାରୀ ପ୍ରାୟ ସମୟରେ ଆମେ ଏହି ଅନୁଷ୍ଠାନ କୁ ଆସି ପିଲାଙ୍କ ସହିତ ସମୟ ବିତାଉ ଥିବା କଥା କହିଥିଲେ। ଅନୁଷ୍ଠାନ କର୍ମଚାରୀ ମାନଙ୍କ ଛୋଟ ବଡ ଯାହା ସମସ୍ୟା ରହିଛି ଓଡ଼ିଶା ସରକାର ଙ୍କ ଦ୍ଵାରା ତୁରନ୍ତ ପୂରଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ଏଥିରେ ଆଶା କିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା ସହିତ କର୍ମଚାରୀ ଇନ୍ଦ୍ରମଣି ମଙ୍ଗରାଜ ,ସନ୍ଧ୍ୟାରାଣି ବେହେରା ,ଶାନ୍ତି ପଣ୍ଡା , ରିଙ୍କୁରାଜ ବେହେରା, ରଶ୍ମିତା ପ୍ରଧାନ,ଈଶ୍ୱର ବଞ୍ଜରା, ପାର୍ବତୀ ଜାନି ଏବଂ ରଶ୍ମିତ ଧନଫୁଲ କିଛି ଛାତ୍ର ଓ ଅଭିଭାବକ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.