
ଭୁବନେଶ୍ୱର, ଜାନୁଆରୀ ୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗଠିତ ଆଲୁମନାଇ ସେଲ୍- ସୋଆ ପକ୍ଷରୁ ଶନିବାର ଗ୍ରାଣ୍ଡ ହୋମ କମିଂ-୨୦୨୫ ବନ୍ଧୁ ମିଳନ ଆୟୋଜିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ୧୫୦୦ ରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ସାମିଲ ହୋଇଥିବା ବେଳେ ଶନିବାର ପ୍ରଥମାର୍ଦ୍ଧରେ ନିଜ ନିଜ ଅନୁଷ୍ଠାନରେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅପରାହ୍ନରେ ସୋଆ କ୍ୟାମ୍ପସ -୨ ଅଡିଟୋରିୟମ୍ରେ ଆୟୋଜିତ ଗ୍ରାଣ୍ଡ ହୋମ କମିଂ କାର୍ଯ୍ୟକ୍ରମରେ ସେମାନେ ସାମିଲ ହୋଇଥିଲେ ।
ଆୟୋଜିତ କାର୍ଯ୍ୟକ୍ରମରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସ୍, ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରୁ ଗ୍ରହଣ କରିଥିବା ଶିକ୍ଷା ଓ ଅନୁଭୂତି ପରପିଢ଼ିଙ୍କ ସହ ବାଂଟିବାକୁ ଉପଦେଶ ଦେଇଥିଲେ । ନିଜର ସହପାଠୀ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଯୋଗାଯୋଗ ବଢ଼ାଇବା ସହ ଖୁସି ବାଂଟନ୍ତୁ ବୋଲି ଡକ୍ଟର ଦାଶ କହିଥିଲେ ।
କାର୍ଯ୍ୟକ୍ରମରେ ସିଏସଆଇଆର୍-ଆଇଏମଏମ୍ଟି, ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆର ପୁରାତନ ଛାତ୍ରଛାତ୍ରୀମାନେ ନିଜେ ଗର୍ବ ଅନୁଭବ କରିବା ସହ ସେମାନଙ୍କ କାର୍ଯ୍ୟରେ ବିଶ୍ୱବିଦ୍ୟାଳୟକୁ ଗୌରବାନ୍ୱିତ କରନ୍ତୁ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟରୁ ଗ୍ରହଣ କରିଥିବା ଶିକ୍ଷାକୁ ସମାଜର ହିତ ପାଇଁ ବିନିଯୋଗ କରିବା ନିମନ୍ତେ ସେ ସୋଆର ପୁର୍ବତନ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟର ସଫଳତାର ଚିତ୍ର ପ୍ରକାଶ କରିବା ସହ ପୁର୍ବତନ ଛାତ୍ରଛାତ୍ରୀମାନେ ନିଜ ପାଠ ପଢ଼ିଥିବା ଅନୁଷ୍ଠାନ କିଭଳି ଆହୁରି ଅଧିକ ଉନ୍ନତି କରିଛି ତାହା ବୁଲି ଦେଖିବା ପାଇଁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ସୋଆର ଦୁଇ ଜଣ ପୁରାତନ ଛାତ୍ର ତଥା ଡେଲଏଟ, ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ବିଶ୍ୱ ସାମଲ ଓ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଡି.ଏସ୍. ଅରବିନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସେମାନଙ୍କ ଛାତ୍ର ଜୀବନର ମଧୁର ସ୍ମୃତି ବଖାଣିବା ସହ ସୋଆର ଗାରିମାକୁ କିଭଳି ଉଚ୍ଚତର ସ୍ତରକୁ ନିଆଯାଇ ପାରିବ ସେ ନେଇ ପୁରାତନ ଛାତ୍ରଛାତ୍ରୀ ଏକତ୍ରିତ ହେବା ଆବଶ୍ୟକ ବୋଲି କହିଥିଲେ ।
ସୋଆରେ ବର୍ତମାନ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିବା ଏକ ମାନବିକ ଓ ସାମାଜିକ ଦାୟିତ୍ୱ ବୋଲି ଡକ୍ଟର ସାମଲ କହିଥିଲେ ।
ସେହିପରି ୨୦୧୮ ବ୍ୟାଚରେ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ରୁ ଏମ୍ବିବିଏସ୍ ଶିକ୍ଷାଲାଭ କରିଥିବା ଡକ୍ଟର ଅରବିନ୍ଦ କହିଥିଲେ ଯେ ସେ ଆଜି ଯାହା କିଛି ବି ହାସଲ କରିଛନ୍ତି ତା’ର ସବୁ ଶ୍ରେୟ ସୋଆର ।
କାର୍ଯ୍ୟକ୍ରମରେ ସୋଆର ଉପକୁଳପତି (ଆଲୁମନାଇ ରିଲେସନ) ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ପୁରାତନ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଶ୍ୱବିଦ୍ୟାଳୟ ସହ ଯୋଡ଼ି ହୋଇ ରହିବା ପାଇଁ ଆହ୍ୱାନ ଦେଇଥିଲେ ।
କାର୍ଯ୍ୟକ୍ରମରେ ଆଲୁମନାଇ ସେଲ-ସୋଆର ଆସୋସିଏଟ୍ ଡିନ ଡକ୍ଟର ସୁସ୍ମିତା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡାଇରେକ୍ଟର କର୍ପୋରେଟ ରିଲେସନ୍ ଶ୍ରୀ ରୀପ୍ତି ରଞ୍ଜନ ଦାଶ ଓ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମ ଶେଷରେଆଲୁମନାଇ ସେଲ-ସୋଆର କୋ-କୋଅର୍ଡିନେଟର ତଥା ମେମ୍ବର ସେକ୍ରେଟାରୀ ଶ୍ରୀ ଅଭିଷେକ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଇନ୍ଷ୍ଟିଚୁୃ୍ୟଟ୍ ଅଫ୍ ଡେଂଟାଲ ସାଇନ୍ସେସ୍ର ପ୍ରଫେସର ଗାଥା ମହାନ୍ତି ପରିଚାଳନା କରିଥିଲେ ।
ଏହି ଅବସରରେ ସୋଆ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.