ବିଜେପୁର :- ଶିକ୍ଷା କ୍ଷେତ୍ରରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବିଜେପୁର ପୁଣିଥରେ ନିଜର ଗୌରବମୟ ପରମ୍ପରାକୁ ଅଟୁଟ ରଖିଛି। ସମ୍ପ୍ରତି ପ୍ରକାଶିତ NRTS (ନ୍ୟାସନାଲ୍ ରୁରାଲ୍ ଟାଲେଣ୍ଟ ସର୍ଚ୍ଚ) ପରୀକ୍ଷା ଫଳାଫଳରେ ଏହି ବିଦ୍ୟାଳୟର ତିନିଜଣ ମେଧାବୀ ଛାତ୍ର ଉତ୍କୃଷ୍ଟ ସ୍ଥାନ ଅଧିକାର କରି ବିଦ୍ୟାଳୟ ସହିତ ସମଗ୍ର ବିଜେପୁର ଅଞ୍ଚଳକୁ ଗୌରବାନ୍ବିତ କରିଛନ୍ତି।
ଏହି ପରୀକ୍ଷାରେ ଅର୍ପଣ ସାହୁ ତୃତୀୟ ସ୍ଥାନ ଅଧିକାର କରି କୃତିତ୍ୱ ପ୍ରଦର୍ଶନ କରିଛନ୍ତି। ତାଙ୍କର ଏହି ସଫଳତା ନିଷ୍ଠା, ପରିଶ୍ରମ ଓ ଗୁରୁଜନଙ୍କ ମାର୍ଗଦର୍ଶନର ଫଳସ୍ୱରୂପ ବୋଲି କୁହାଯାଉଛି। ସେହିପରି ଅଂଶୁମାନ ମେହେର ଷଷ୍ଠ ସ୍ଥାନ ଓ ଲଳାଟେନ୍ଦୁ ରାଜ ସୁନା ସପ୍ତମ ସ୍ଥାନ ଅଧିକାର କରି ନିଜର ମେଧା ଓ କ୍ଷମତାର ପରିଚୟ ଦେଇଛନ୍ତି।ଛାତ୍ରଛାତ୍ରୀଙ୍କ ଏହି ସଫଳତା ପଛରେ ବିଦ୍ୟାଳୟର ସୁସଂଗଠିତ ଶିକ୍ଷା ପ୍ରଣାଳୀ, ଶିକ୍ଷକମାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ନିୟମିତ ଅଭ୍ୟାସର ବଡ଼ ଭୂମିକା ରହିଛି। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଦା ସମୟରେ ଶିକ୍ଷା ସହିତ ସଂସ୍କାର, ଶିସ୍ଟାଚାର ଓ ଦେଶଭକ୍ତିର ମୂଲ୍ୟବୋଧ ଗଢ଼ି ତୋଳିବାରେ ଗୁରୁତ୍ୱ ଦେଇଆସୁଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପରିଚାଳନା ସମିତି ସଦସ୍ୟ ଓ ସମସ୍ତ ଗୁରୁଜୀ, ଗୁରୁମା ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଅଭିଭାବକମାନେ ମଧ୍ୟ ଖୁସି ପ୍ରକାଶ କରି ଶିକ୍ଷକମାନଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.