ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଗନ୍ନାଥ ଧାମ ପୁରୀ ଠାରେ ରେଳବାଇ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଡ଼ଃ ସି . ଏମ୍. ରମେଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଷ୍ଟାଣ୍ଡିଂ କମିଟି ବୈଠକରେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀ ଯୋଗ ଦେଇ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ରେଳବାଇ କ୍ଷେତ୍ରରେ ରହିଥିବା ବିଭିନ୍ନ ମୌଳିକ ତଥା ଯଥାର୍ଥ ଆବଶ୍ୟକତା ଦାବୀ ଗୁଡ଼ିକ ରଖିଥିଲେ।
ପାରଳାଖେମୁଣ୍ଡି ରେଳ ଷ୍ଟେସନ କୁ ଲାଗି ରେଲ-ଲାଇନ ଆର ପଟରେ ଥିବା ଶାନ୍ତିନଗର , ଖିଙ୍ଗା ଓ ବଡଖିଙ୍ଗା ଗ୍ରାମକୁ ଯିବା ଆସିବା ଅସୁବିଧାର ଏକ ବଡ଼ ସମସ୍ୟାକୁ ନେଇ ଗ୍ରାମବାସୀ ଗତ କିଛିଦିନ ତଳେ ପାରଳା ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ଅବଗତ କରାଇ ତାଙ୍କର ଦୁଃଖ ଜଣାଇଥିଲେ ।
ଏହି ସମସ୍ୟାର ସମାଧାନ ପାଇଁ ଏବଂ ଉପରୋକ୍ତ ଗ୍ରାମବାସୀଙ୍କ ଯିବା ଆସିବାର ସୁବିଧା ବ୍ୟବସ୍ଥା ପାଇଁ ସେଠାରେ ଏକ ପାଦଚଲା ଫୁଟପାଥ ସହ ଏକ ଓଭର ବ୍ରିଜ ନଚେତ୍ ଭୂତଳ ରାସ୍ତା ନିର୍ମାଣ କରାଯିବା ବିଷୟ ନେଇ ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଲିଖିତ ଭାବେ ରେଳବାଇ ଷ୍ଟାଣ୍ଡିଙ୍ଗ କମିଟିକୁ ଜଣାଇଛନ୍ତି।
ଏଥି ସହ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ବାସୀଙ୍କ ଯୋଗାଯୋଗ କ୍ଷେତ୍ରରେ ରେଳ ସୁବିଧା ଏକ ମାତ୍ର ଲାଇଫ ଲାଇନ୍ ।
ଏଠାକାର ଅଞ୍ଚଳବାସୀ ବିଭିନ୍ନ କ୍ଷେତ୍ରରେ ଯଥା:- ଶିକ୍ଷା , ସ୍ଵାସ୍ଥ୍ୟ , ମେଡିକାଲ , ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ମୁଖ୍ୟତଃ ହାଇଦ୍ରାବାଦ ଉପରେ ହିଁ ନିର୍ଭର କରିଥାନ୍ତି। ତେଣୁ ଗୁଣୁପୁର ଠାରୁ ବିଶାଖାପାଟଣା ଯିବା ଆସିବା କରୁଥିବା ଟ୍ରେନକୁ ବିଶାଖାପାଟଣାରେ ହଲ୍ଟ ନ କରାଇ ତାହାକୁ ହାଇଦ୍ରାବାଦ ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ଚଲାଇବା ପାଇଁ ନିବେଦନ କରିଛନ୍ତି।
ଅନ୍ୟପକ୍ଷରେ , ଗୁଣୁପୁର-ବିଶାଖାପାଟଣା ଟ୍ରେନଟି ହାଇଦ୍ରାବାଦ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇ ଚଳାଚଳ କରିଲେ ଗଜପତି ଜିଲ୍ଲାର ବ୍ୟବସାୟିକ କ୍ଷେତ୍ରରେ ବ୍ୟବସାୟୀମାନଙ୍କ ଉନ୍ନତ ହେବା ସହ ହାଇଦ୍ରାବାଦରେ ଏ ଅଞ୍ଚଳର ରହୁଥିବା ଲୋକଙ୍କ ବିଶେଷ ସୁବିଧା ହୋଇପାରିବ ବୋଲି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଲିଖିତ ଭାବେ ଦାବିପତ୍ରରେ ଉଲ୍ଲେଖ କରି ଦେଇଛନ୍ତି।
ସେହିଭଳି ଭଦ୍ରକ ଠାରୁ ପଲାସା ଆସୁଥିବା ଡି.ଏମ୍.ୟୁ ଟ୍ରେନକୁ ରାତିରେ ପଲାସାରେ ହଲ୍ଟ ନ କରାଇ ତାହାକୁ ଗୁଣପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ଚଳାଚଳ କରାଇବାକୁ ଲିଖିତ ଭାବେ ଦାବୀ ଜଣାଇଛନ୍ତି।
ଅନ୍ୟପକ୍ଷରେ ପାରଳା ମହାରାଜା ତଥା ନବ ଉତ୍କଳର ନିର୍ମାତା ଓଡ଼ିଶା ଗଠନ ରେ ଯାହାର ମୁଖ୍ୟ ଭୂମିକା ରହିଥିଲା ସେଇ ମହାନ୍ ବ୍ୟକ୍ତିତ୍ଵ ତଥା ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ , ଯିଏ କି , ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ । ଆହୁରି ମଧ୍ୟ ଓଡ଼ିଶାରେ ସେ ଦୀର୍ଘ ଶତାଧିକ ବର୍ଷ ପୂର୍ବେ ରେଳବାଇ ଏକ ପଥ-ପ୍ରଦର୍ଶକ ଥିଲେ। ଆନ୍ଧ୍ର ଠାରୁ ଓଡ଼ିଶା ର ପାରଳାଖେମୁଣ୍ଡି-ଗୁଣପୁର ପର୍ଯ୍ୟନ୍ତ ନିଜସ୍ଵ ଖର୍ଚ୍ଚରେ ନେରୋଗେଜ୍ ରେଳ-ଧାରଣା ପକାଇ ସେଥିରେ ଟ୍ରେନ ଚଳାଚଳ କରାଇଥିଲେ । ତେଣୁ ତାଙ୍କ ସ୍ମୃତିରେ ତାଙ୍କର ଏକ ପ୍ରତିମୂର୍ତ୍ତି ପାରଳା ରେଳ ଷ୍ଟେସନ ସମ୍ମୁଖ ଭାଗରେ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି ।
ପାରଳା ବିଧାୟକ ଇଂ ପାଣିଗ୍ରାହୀଙ୍କ ଏ ସମସ୍ତ ଯଥାର୍ଥ ଦାବୀ ଗୁଡ଼ିକ ପ୍ରତି କମିଟି ସଦସ୍ୟ ତଥା ଲୋକସଭା ସାଂସଦ ଶ୍ରୀ ଶୁଭାଶିଷ ଖୁଣ୍ଟିଆ ପ୍ରତିଶ୍ରୁତି ଦେଇ କହିଛନ୍ତି କି ଯେ , ଆଗାମୀ ରେଳ ବଜେଟ ବେଳେ ଏହି ସବୁ ସମସ୍ୟା ତଥା ଦାବୀ ଗୁଡ଼ିକୁ ଉପସ୍ଥାପନ କରି ନିଶ୍ଚିତ ଭାବେ କାର୍ଯ୍ୟକାରୀ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ପାରଳା ବିଧାୟକଙ୍କୁ ।
ଏହି ବୈଠକ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କମିଟି ସଦସ୍ୟ ତଥା ଲୋକସଭା ସାଂସଦ ଶ୍ରୀ ଶୁଭାଶିଷ ଖୁଣ୍ଟିଆ , ସାଂସଦ ଦମଦାର ଅଗ୍ରୱାଲ , ସାଂସଦ ତାରିକ ଅନୱାର , ସାଂସଦ ସଂଗୀତା ସିଂହଦେଓ , ଏବଂ ସାଂସଦ ଶତାଦ୍ଦୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post