ଓଡ଼ଗାଁ,୨।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟି (ବିଜେପି) ଜିଲ୍ଲା କାର୍ଯ୍ୟାଳୟରେ କୋଷାଧ୍ୟକ୍ଷ ଭାବେ ବଳେଶ୍ବର ପାତ୍ର ପୁନଃ ନିଯୁକ୍ତି ପାଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ବିଜେପି ଦଳ ବଳେଶ୍ବରଙ୍କ ଉପରେ ଆସ୍ଥା ଏବଂ ବିଶ୍ବାସ ରଖି ତାଙ୍କୁ ପୁଣିଥରେ କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଥିବାରୁ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା, ଦଶପଲ୍ଲା, ରଣପୁର ଏବଂ ନୟାଗଡ଼ ବିଧାନ ମଣ୍ଡଳର ବିଜେପି ସମର୍ଥକ ଏବଂ ନେତୃସ୍ଥାନୀୟ ବ୍ୟକ୍ତି ମାନେ ସମର୍ଥନ ଓ ଶୁଭେଚ୍ଛା ଜଣାଇଛନ୍ତି । ସୂଚନା ଥାଉକି ଓଡ଼ଗାଁ ବ୍ଳକ ରୋହିବାଙ୍କ ପଞ୍ଚାୟତ ରୋହିବାଙ୍କରେ ବଳେଶ୍ବରଙ୍କ ଘର । ସେ ଦିର୍ଘ ଦିନ ଧରି ବିଦେଶରେ କାର୍ଯ୍ୟରତ ଥିଲେ । ରାଷ୍ଟ୍ର ଭକ୍ତି ଯୋଗୁଁ ସେ ବିଦେଶରେ ବେଶୀ ଦିନ ତିଷ୍ଠି ପାରିଲେ ନାହିଁ । ଜନ୍ମମାଟିକୁ ଫେରି ଆସିଥିଲେ । ଓଡ଼ଗାଁ ଏନ୍ଏସିର ବିକାଶ ପାଇଁ ସେ ସବୁବେଳେ ଉଦ୍ୟମ କରିଥିବା ବେଳେ ଆଗକୁ ଓଡ଼ଗାଁ ଏନ୍ଏସି ସହିତ ଓଡ଼ଗାଁ ବ୍ଳକର ସର୍ବାଙ୍ଗୀନ ଉନ୍ନତି ପାଇଁ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.