ବାଲିପଟାରେ ୨୮ତମ ବୁଢାରଜା କପ–୨୦୨୬ ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଉଦଯାପିତ

2

ବିଜେପୁର: ସୋହେଲା ବ୍ଲକ ଅନ୍ତର୍ଗତ ବାଲିପଟା ଗ୍ରାମରେ ୨୮ତମ ବୁଢାରଜା କପ–୨୦୨୬ ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସଫଳତାର ସହିତ ସମ୍ପନ୍ନ ହୋଇଯାଇଛି। ଗ୍ରାମୀଣ କ୍ରୀଡା ପ୍ରତିଭାଙ୍କୁ ଉତ୍ସାହିତ କରିବା ଓ ଯୁବପିଢିଙ୍କ ମଧ୍ୟରେ କ୍ରୀଡା ଚେତନା ବିକାଶ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଅଞ୍ଚଳବାସୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ସୃଷ୍ଟି କରିଥିଲା।ଏହି ତ୍ରିଦିବସୀୟ କ୍ରିକେଟ ପ୍ରତିଯୋଗିତାରେ ବିଭିନ୍ନ ଅଞ୍ଚଳରୁ ମୋଟ ୧୬ଟି ଦଳ ଅଂଶଗ୍ରହଣ କରି ଉଚ୍ଚମାନର ଓ ରୋମାଞ୍ଚକର ଖେଳ ପ୍ରଦର୍ଶନ କରିଥିଲେ। ପ୍ରତିଦିନ ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ କ୍ରିକେଟର ରୋମାଞ୍ଚ ଦେଖିବାକୁ ମିଳିଥିଲା।ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିନ ଭଟଲି ଯୁବ ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ।ସେ ତାଙ୍କ ଭାଷଣରେ କହିଥିଲେ ଯେ କ୍ରୀଡା କେବଳ ଶାରୀରିକ ସ୍ୱାସ୍ଥ୍ୟ ନୁହେଁ, ଶୃଙ୍ଖଳା, ସହଯୋଗ ଓ ନେତୃତ୍ୱ ଗୁଣ ମଧ୍ୟ ଗଢ଼ି ତୋଳେ। ଯୁବପିଢିଙ୍କୁ ନିଶା ଓ କୁପଥରୁ ଦୂରେ ରଖିବାରେ ଏପରି କ୍ରୀଡା ଆୟୋଜନର ଗୁରୁତ୍ୱ ଅଧିକ ବୋଲି ସେ ମତ ପ୍ରକାଶ କରିଥିଲେ।ସମ୍ବାନୀତ ଅତିଥିଭାବେ ଗୁଦେରପାଲି ସରପଞ୍ଚ ରାମଚନ୍ଦ୍ର ପାତ୍ର, ନିମାଇ ସାହୁ, ଯୋଗଦେଇଥିଲେ lଅନ୍ତିମ ମୁକାବିଲାରେ ଉପରବାହାଲ ଓ ତଳିଉଡାର ଦଳ ମଧ୍ୟରେ ସାତ–ସାତ ଓଭରର ରୋମାଞ୍ଚକର ଖେଳ ହୋଇଥିଲା। ଦୁଇ ଦଳ ମଧ୍ୟରେ ହାର୍ଡ ଫାଇଟ୍ ଦେଖିବାକୁ ମିଳିଥିଲା। ଶେଷ ପର୍ଯ୍ୟନ୍ତ ଉତ୍ସାହଜନକ ମୁକାବିଲା ପରେ ତଳିଉଡାର ଦଳ ବିଜେତା ଘୋଷିତ ହୋଇଥିବାବେଳେ ଉପରବାହାଲ ଦଳ ଉପବିଜେତା ହୋଇଥିଲା।ବିଜେତା ଦଳକୁ ₹୨୦,୦୦୦ ନଗଦ ପୁରସ୍କାର ସହ ଟ୍ରଫି ଓ ଉପବିଜେତା ଦଳକୁ ₹୧୦,୦୦୦ ଟଙ୍କା ନଗଦ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଖେଳ ଶିକ୍ଷକ ବସନ୍ତ,ଅନ୍ତର୍ଯ୍ୟାମୀ,ଉମେଶ ଭୋଇ ସୁନୀଲ,ରିଙ୍କୁ ସାହୁ ଙ୍କ ସହଯୋଗ ଓ ଆୟୋଜକ କମିଟିର ସୁଚାରୁ ପରିଚାଳନାରେ ଟୁର୍ଣ୍ଣାମେଣ୍ଟଟି ସଫଳ ଭାବେ ସମ୍ପନ୍ନ ହୋଇଥିଲା l

Leave A Reply

Your email address will not be published.