ଯୁବଦ୍ୟୋଗୀଙ୍କ ଅକାଳ ବିୟୋଗ,ପନ୍ତିଖାରୀ ଶାସନ ଗାଁରେ ଶୋକର ଲହରୀ

2

ଓଡ଼ଗାଁ,୨।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ଶାସନ ଗାଁର ଜଣେ ଯୁବଦ୍ୟୋଗୀଙ୍କ ଅକାଳ ବିୟୋଗରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବନ୍ଧୁ ବର୍ଗ ଏବଂ ଗ୍ରାମବାସୀଙ୍କ ଧୈର୍ଯ୍ୟହରା ହୋଇପଡିଛନ୍ତି । ମୃତ ଯୁବଦ୍ୟୋଗୀ ଜଣକ ହେଲେ କୃଷି ଉଦ୍ୟାନବିତ ତଥା ଅବସରପ୍ରାପ୍ତ ଜିଲ୍ଲା ବନଖଣ୍ଡ ଅଧିକାରୀ ସୁରେଶ ଚନ୍ଦ୍ର ହୋତାଙ୍କ ସାନ ପୁଅ ଶୁଭଜ୍ୟୋତି ହୋତା (୩୧)। ଶରୀର ଅସୁସ୍ଥ ଯୋଗୁଁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିବା ଅବସ୍ଥାରେ ୨୦୨୬ ଜାନୁଆରୀ ୧ ତାରିଖ ସକାଳ ୭ଟା ସମୟରେ ଡ଼ାକ୍ତରଖାନା ତରଫରୁ ଶୁଭଜ୍ୟୋତଙ୍କ ମୃତ ଘୋଷଣା କରାଯାଇଥିଲା । ମୃତ୍ୟୁ ବେଳକୁ ବାପା ସୁରେଶ ଚନ୍ଦ୍ର ହୋତା ପୁତ୍ର ନିକଟରେ ଉପସ୍ଥିତ ରହିଥିଲେ । ସଙ୍ଗେ ସଙ୍ଗେ ମୃତ ଶରୀର ଓଡ଼ିଶା ଆଣିବା ସମ୍ଭବପର ନହେବାରୁ ଶୁଭଙ୍କର ବଡ଼ ଭାଇ ଏବଂ ଭାଉଜ ସେଠାରେ ପହଞ୍ଚିବା ପରେ ଶୁଭଙ୍କର ଶବ ସତ୍କାର କରାଯାଇଥିଲା।

Leave A Reply

Your email address will not be published.