ଓଡ଼ଗାଁ,୨।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ନୂଆଗାଁ ପୂର୍ତ୍ତ ବିଭାଗ ରାସ୍ତାର ଘଡ଼େଇବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ୍ ଓ ସ୍କୁଟି ଚାଳକ ଉଭୟ ମୁମୁର୍ଶୁ ଅବସ୍ଥାରେ ପଡ଼ି ରହିଥିବା ବେଳେ ଦୁହିଁଙ୍କୁ ୧୧୨ ଯୋଗେ ପ୍ରଥମେ ଓଡ଼ଗାଁ ଡାକ୍ତରଖାନାକୁ ଅଣାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ନୟାଗଡ଼ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଗୁରୁତରମାନେ ହେଲେ ଓଡ଼ଗାଁ ଥାନା ନୂଆଗାଁ ବ୍ଳକ ଘଡ଼େଇବନ୍ଧ ଗାଁର ବାଇକ ଚାଳକ ଯୁବକ ନୀଧୀଆ ପ୍ରଧାନ ଓରଫ ଶଙ୍କର(୨୨) ଏବଂ ଡିମିରିପଲ୍ଲୀ ପଞ୍ଚାୟତ କଣବାଙ୍କ ଗାଁର ଅନୁସୂଚୀତ ଜନଜାତିର ରାମ ଜାନୀ (୫୫)। ଯୁବକ ନୀଧୀଆ ବାଇକ ନେଇ ଡିମିରି ପଲ୍ଲୀ ଆଡ଼କୁ ଯାଉଥିବା ବେଳେ ରାମ ଜାନୀ ଓଡି୨୫ଏଚ୭୫୯୫ ସ୍କୁଟିରେ ଡିମିରିପଲ୍ଲୀ ଠାରୁ ବାହାଡ଼ାଝୋଲା ଆସୁଥିଲେ । ଘଡେ଼ଇ ବନ୍ଧ ସ୍କୁଲ ନିକଟରେ ସ୍କୁଟି ସହିତ ବାଇକ୍ ଧକ୍କା ହୋଇଥିଲା । ୨ ଚାଳକ ରାସ୍ତା ଉପରେ ମୁମୁର୍ଶୁ ଅବସ୍ଥାରେ ପଡିଥିଲେ । ନିକଟସ୍ଥ ବିଦ୍ୟାଳୟର ଶିକ୍ଷକ ହରପ୍ରସାଦ ମହାପାତ୍ର ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତର ମାନଙ୍କୁ ଓଡ଼ଗାଁ ପଠାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post