ସନ ସାଇନ ୱେଲନସ କେନ୍ଦ୍ର ପକ୍ଷରୁ ଗରିବ ଲୋକଙ୍କୁ ଶୀତ ଚାଦର ବିତରଣ

0 2

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):  ସ୍ବାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଓଜନ ହ୍ରାସ କରି ଶରୀର ସୁରକ୍ଷା ଉପରେ ସଚେତନ ସୃଷ୍ଟି କରୁଥିବା ସ୍ଥାନୀୟ ମଙ୍ଗଳା ମନ୍ଦିର ନିକଟରେ ଥିବା ସନ ସାଇନ ୱେଲନସ କେନ୍ଦ୍ର ପକ୍ଷରୁ ଗରିବ ଲୋକଙ୍କୁ ଶୀତ ଚାଦର ଓ ଜଳଖିଆ ବଣ୍ଟନ କରାଯାଇଛି। କେନ୍ଦ୍ର ପରିଚାଳକ ସାନମୁଖା ରାଓଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବୋଧନରେ ବିଭିନ୍ନ ସ୍ଥାନକୁ ଯାଇ ପ୍ରାୟ ୫୦ ଜଣ ଗରିବ ଲୋକଙ୍କୁ ଶୀତ ଦାଉରୁ ରକ୍ଷା ପାଇଁ ଚାଦର ବଣ୍ଟନ କରାଯାଇଥିଲା। ସନ ସାଇନ ୱେଲନସ କେନ୍ଦ୍ରର ଏହିଭଳି ସାମାଜିକ କାର୍ଯ୍ୟ ପାଇଁ କର୍ମକର୍ତ୍ତାଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରର ସଭ୍ୟ ଅଵସରପ୍ରାପ୍ତ ଶିକ୍ଷକ ଉଦୟ ଚନ୍ଦ୍ର ପଣ୍ଡା, ସୁରେନ୍ଦ୍ର ଆଚାରୀ, ସଦାନନ୍ଦ ପଣ୍ଡା,ଏସ ଏନ ପାତ୍ର, ଏମ ଭେଙ୍କଟ ରାବଣା, କୋଚ ଭି ରାଜା, କେ ଶ୍ରୀନୁ, କୋଚ କେ ବୁଜି,ଉମେଶ ଶବର,ରାଜା, ତାରିଣୀ ସାହୁ, ପୂର୍ଣ୍ଣବାସୀ ମାଣ୍ଡାଙ୍ଗୀ, ଉମା ମହାନ୍ତି,ନମିତା ମହାନ୍ତି,ରଶ୍ମୀରାଣୀ ପାଣିଗ୍ରାହୀ, ନନ୍ଦିନୀ ପାଢ଼ୀ ପ୍ରମୁଖ ଚାଦର ବିତରଣରେ ସହଯୋଗ କରିଥିଲେ।ସେହିପରି ବୁଧୁବାର ରାତିରେ ୱେଲନସ କେନ୍ଦ୍ରରେ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ସଭ୍ୟ ମାନେ ଜିରୋ ନାଇଟ ପାଳନ କରିଥିଲେ।

Leave A Reply

Your email address will not be published.