କୋମଲଙ୍କ ବିଜ୍ଞାନ ପ୍ରକଳ୍ପ ପୂର୍ବ ଭାରତ ବିଜ୍ଞାନମେଳାକୁ ମନୋନୀତ

0 2

 

କେନ୍ଦୁଝର,ତା୨/୧- ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋବିନ୍ଦପୁରର ଅଷ୍ଟମ ଶ୍ରେଣୀର ଛାତ୍ରୀ କୋମଲ୍ ମହାନ୍ତି ଗତ ଡିସେମ୍ବର ୨୬ ରୁ ୨୮ ତାରିଖ ତିନି ଦିନ ଧରି ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ଭାଗ ନେଇଥିଲେ। ସ୍ଥାନୀୟ ଡି.ଏନ୍. ହାଇସ୍କୁଲ୍ ଠାରେ ୫୨ ତମ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିବା ବେଳେ ଉଦଘାଟନୀ ସମାରୋହରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ ଉଦଯାପନୀ ସମାରୋହରେ ଓଡ଼ିଶାର ଗଣ ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମହୋଦୟ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୧୦ ଜଣ ପ୍ରତିଯୋଗୀ ଭାଗ ନେଇଥିବାବେଳେ ଆବର୍ଜନାର ସୁପରିଚାଳନା ଓ ପ୍ଲାଷ୍ଟିକର ବିକଳ୍ପ ଉପରେ ବିଷୟବସ୍ତୁରେ କୋମଲ୍ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ହାସଲ କରି ପୂର୍ବ ଭାରତ ବିଜ୍ଞାନମେଳାରେ ଭାଗ ନେବା ପାଇଁ ବିଚାରକ ମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇ ମନୋନୀତ ହୋଇଛନ୍ତି। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ମାର୍ଗଦର୍ଶନରେ ପ୍ରସ୍ତୁତ ବିଜ୍ଞାନ ପ୍ରକଳ୍ପ ସ୍ମାର୍ଟ୍ ପ୍ଲାଷ୍ଟିକ କଲେକ୍ଟର ଓ ପ୍ଲାଷ୍ଟିକର ବିକଳ୍ପଟି ଲୋକମାନଙ୍କ ଦ୍ଵାରା ଆଦୃତ ତଥା ପ୍ରଶଂସିତ ହୋଇଥିଲା। ଏହି ଅବସରରେ ଆଜି ବିଦ୍ୟାଳୟ ତରଫରୁ ଏକ ସ୍ୱାଗତ ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ କୋମଲଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୁନା ଚନ୍ଦ୍ର ଜେନା , ଶିକ୍ଷୟିତ୍ରୀ ସୁସ୍ମିତା ପ୍ରିୟମ୍ବଦା ରାଉତ , ରଞ୍ଜିତା ରାଣୀ ମଲ୍ଲିକ , ସ୍ଵର୍ଣ୍ଣ ଲତା ନାୟକ , ଶୁଭଶ୍ରୀ ରାଉତ ଓ ଶୁଭଶ୍ରୀ ମହାନ୍ତ ଯୋଗ ଦେଇ କୋମଲଙ୍କର ଉତ୍ତରତୋର ଉନ୍ନତି କାମନା କରିଥିଲେ।

Leave A Reply

Your email address will not be published.