(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣୁପୁର ବ୍ଲକ ଅନ୍ତର୍ଗତ ଡମ୍ବସରା ଡିଗ୍ରୀ ମହାବିଦ୍ୟାଳୟରେ ସମାଜ ବିଜ୍ଞାନ ବିଭାଗ ତରଫରୁ ” *ସମାଜ ବିଜ୍ଞାନ ତତ୍ତ୍ଵ * ” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ ପ୍ରଫେସର ଡଃ ସତ୍ୟନାରାୟଣ ରଥ ସମାଜ ବିଜ୍ଞାନ ବିଭାଗୀୟ ମୁଖ୍ୟ ତାଙ୍କ ବକ୍ତବ୍ୟରେ ” ସମାଜ ବିଜ୍ଞାନ ତତ୍ତ୍ଵ ” ଉପରେ ସାର ଗର୍ଭକ ଭାଷଣ ପ୍ରଦାନ କରିଥିବା ସହ ସାମ୍ପ୍ରତିକ ଯୁଗରେ ବିଭିନ୍ନ ଜାତି ବନାମ ଶ୍ରେଣୀ ର ଭୂମିକା ଓ ସମସ୍ତ ଗୋତ୍ର କିପରି ସ୍ତୃଷ୍ଟି ହୋଇପାରିଛି ଏହାର ଗୁରୁମନ୍ତ୍ର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ। ଏଥିରେ କଲେଜର ବିଭାଗୀୟ ମୁଖ୍ୟ ଶ୍ରୀମତୀ ଉମାବତୀ କାଡ୍ରାକା ଓ ସୁଶ୍ରୀ ଶ୍ରାବଣୀ ମହାପାତ୍ର ମଧ୍ୟ ନିଜ ନିଜ ର ବ୍ୟକ୍ତିବ୍ୟ ରଖିଥିଲେ। ଅନୁଷ୍ଠାନ ର ପାଠ ଚକ୍ର ପ୍ରମୁଖ ଶ୍ରୀଯୁକ୍ତ ରତିକାନ୍ତ ମିଶ୍ର ସଞ୍ଜୋଞ୍ଜନା ଓ ମଞ୍ଚ ପରିଚାଳନା କରିଥିଲେ। କଲେଜର ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ରହି ଆଲୋଚନା ଚକ୍ର କୁ ଉପଭୋଗ କରିଥିଲେ। ଅଧ୍ୟକ୍ଷ ଡ଼ଃ କୃଷ୍ଣଚନ୍ଦ୍ର ପଣ୍ଡା ସମାଜ ବିଜ୍ଞାନ ତତ୍ତ୍ଵ ର ଏକ ସମ୍ୟକ ଝଲକ ପ୍ରଦାନ କରିଥିଲେ ଓ ବକ୍ତବ୍ୟ କୁ ନିଜର ଋଦ୍ଧିମନ୍ତ କରିବାର ପ୍ରଚେଷ୍ଟା କରିଥିଲେ। ଡେମନଷ୍ଟେଟର ଶ୍ରୀ ହେମନ୍ତ କୁମାର ମଲ୍ଲିଫୁଲ ଚିରାଚରିତ ଢଙ୍ଗରେ ଧନ୍ୟବାଦ ଞ୍ଜାପନ କରିଥିଲେ। ବୈଠକ ରେ ମହାବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ଯଥା ଅଧ୍ୟାପକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମାଝୀ, ଶ୍ରୀ ରାମକୃଷ୍ଣ ସେନାପତି, ଶ୍ରୀକାନ୍ତ ରଥ, ବେଲାର ସେନ୍ ପ୍ରଧାନ ଯଶୋବନ୍ତ ସୁବୁଦ୍ଧି,ଅଧ୍ୟାପିକା ମିନି ଶବର, ମନ୍ଦିରା ପ୍ରଧାନ, କ୍ରୀଡା ଶିକ୍ଷକ ଶ୍ରୀ ସୁମନ ଶବର, ଅଫିସ୍ ସହାୟକ ଶ୍ରୀ ଜଗନ୍ନାଥ ସାହୁକାର ଓ ଶ୍ରୀ ବିରଞ୍ଚି ଶବର,ନୀଳମଣି ଆମ୍ବରବିଲି,ରମେଶ ଜଟିଆ ଓ ଉର୍ମିଳା ମଲ୍ଲିଫୁଲ ଉପସ୍ଥିତ ରହିଥିଲେ।ଗ୍ରନ୍ଥ ଗାରିକ ଶ୍ରୀ ଗଣେଶ ମଲ୍ଲିଫୁଲ ଙ୍କ ଦ୍ଵାରା ଜଗନ୍ନାଥ ଜଣାଣ ଗାନ କରି କାର୍ଯ୍ୟକ୍ରମ କୁ ସାଙ୍ଗ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.