ସୀମା ନାୟକ ଓ କେ ମାଧବୀ ହେଲେ ବିଜେଡି ମହିଳା ଆଇଟି ସେଲ ସଂଯୋଜିକା 

0

ଭୁବନେଶ୍ୱର: ବ୍ରହ୍ମପୁରର ପୂର୍ବତନ ମେୟର କେ ମାଧବୀ ଓ ଭୁବନେଶ୍ୱରର ଲୋକପ୍ରିୟ ପୂର୍ବତନ କର୍ପୋରେଟର ସୀମା ନାୟକଙ୍କ ସମେତ ୫ ଜଣଙ୍କୁ ବିଜୁ ଜନତା ଦଳ ମହିଳା ଆଇଟି ସେଲ ସଂଯୋଜିକା ଭାବେ ନିଯୁକ୍ତି ମିଳିଛି | 

ବିଜୁ ଜନତା ଦଳ ଆଇଟି ୱିଙ୍ଗ ମୁଖ୍ୟ ଶ୍ରୀ ଅମର ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ମହିଳା ଜନତା ଦଳ ରାଜ୍ୟ ଆଇଟି ସଂଯୋଜକ ଭାବେ ବ୍ରହ୍ମପୁରର ପୂର୍ବତନ ମେୟର କେ. ମାଧବୀ, ଭୁବନେଶ୍ୱରର ପୂର୍ବତନ କର୍ପୋରେଟର୍‍ ସୀମା ନାୟକ, କଟକର ପୂର୍ବତନ କର୍ପୋରେଟର୍‍ ଦୀପ୍ତି ପ୍ରଜ୍ଞା ମହାନ୍ତି ଓ ଆଇ. ଶ୍ରୀଦେବୀ ଏବଂ ମହିଳା ବିକାଶ ନିଗମର ପୂର୍ବତନ ଅଧ୍ୟକ୍ଷା ପ୍ରଭାସିନୀ ଷଡ଼ଙ୍ଗୀଙ୍କୁ ମନୋନୀତ କରାଯାଇଛି ବୋଲି ମହିଳା ବିଜେଡି ସଭାପତି ଡ. ମିନତି ବେହେରା ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

 

Leave A Reply

Your email address will not be published.