କେନ୍ଦୁଝର,ତା୧/୧-ପବିତ୍ର ଇଂରାଜୀ ନବବର୍ଷ ଅବସରରେ ଆଜି ଢେଙ୍କିକୋଟ ବଣିକସଂଘ ତରଫରୁ ମା’ ତାରିଣୀଙ୍କ ହୁଣ୍ଡି ପୂଜା ଓ ଫଟୋ ପୂଜା ଯଥାବିଧି କରାଯାଇଛି। ଢେଙ୍କିକୋଟ ମାର୍କେଟ ମୁଖ୍ୟ ଓଭରବ୍ରିଜ ତଳେ ମା’ ତାରିଣୀଙ୍କ ନଡ଼ିଆ ହୁଣ୍ଡି ଥିବା ବେଳେ ସେଠାରେ ମା’ ତାରିଣୀ ପୂଜା ପାଇଆସୁଛନ୍ତି। ପ୍ରତ୍ୟେକ ବର୍ଷଭଳି ଆଜିର ନବବର୍ଷରେ ପୂଜକ ଓମ୍ ପ୍ରକାଶ ଶତପଥୀ ପୂଜାର୍ଚ୍ଚନା କରିଥିଲେ। ବଣିକ ସଂଘର ସଭାପତି ରାଜ କିଶୋର ସାହୁ, ସମ୍ପାଦକ ଲଲାଟେନ୍ଦୁ ସାହୁଙ୍କ ସମେତ ସଂଘର ଅନ୍ୟାନ୍ୟ ସଭ୍ଯ,ସାମ୍ବାଦିକ,ଉପଦେଷ୍ଟା ମଣ୍ଡଳୀର କର୍ମକର୍ତ୍ତା,ସ୍ଥାନୀୟ ସରପଞ୍ଚ ଖଈର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତେ ମା’ ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କରି ଜଗତର ମଙ୍ଗଳ ପାଇଁ ମା’ଙ୍କୁ ପ୍ରାର୍ଥନା କରିଥିଲେ। ଶେଷରେ ଢେଙ୍କିକୋଟର ବର୍ଷିୟାନ୍ ବ୍ୟକ୍ତି, ସମାଜସେବୀ, ଶିକ୍ଷାବିତ ଶ୍ରୀଯୁକ୍ତ ଯୁଗଳ କିଶୋର ଦାସଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁ।
Sign in
Sign in
Recover your password.
A password will be e-mailed to you.
Prev Post