
ଆଜି ପବିତ୍ର ନବବର୍ଷ ଉପଲକ୍ଷେ ବ୍ରହ୍ମପୁର ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିରରେ ନବ ବର୍ଷରେ ବିଶ୍ଵ ଶାନ୍ତି ପାଇଁ ମହାନାମ ସଙ୍କୀର୍ତ୍ତନ, ଯଜ୍ଞ,ହରିହରଙ୍କୁ ଅଭିଷେକ, ପ୍ରସାଦ ସେବନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l
ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା। ଡା. ନକୁଳ ସାହୁ, ଡା. ସୁରଜିତ୍ ପାଣିଗ୍ରାହୀ ଓ ପ୍ରାକୃତିକ ଚିକିତ୍ସା ପାଇଁ ଶ୍ରୀ ରତିନ୍ଦ୍ର ପ୍ରସାଦ ସାହୁ ଯୋଗଦେଇ ସେବା ପ୍ରଦାନ କରିଥିଲେ. କେ. ବାଳକୃଷ୍ଣ ପାତ୍ର ଓ ମନ୍ଦିର କମିଟି ସଭ୍ଯ ସଭ୍ୟା ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post