କେନ୍ଦୁଝର,ତା୧/୧- ଇଂରାଜୀ ନବବର୍ଷର ପ୍ରଥମ ଦିନରେ ମାତୃପୀଠ ଘଟଗାଁ ହୋଇଉଠିଛି ଅଧିକ ଚଳଚଞ୍ଚଳ ଓ ଲୋକାରଣ୍ୟ। ନବବର୍ଷରେ ମାତୃପ୍ରେମୀ ମାନେ ମା’ଙ୍କୁ ଟିକେ ଆଖିପୂରେଇ ଦେଖିବେ ବୋଲି ରାଜ୍ୟର କୋଣ ଅନୁକୋଣରୁ ଛୁଟି ଆସିଥିଲେ। ମା’ ମା’ ଡାକରେ ଘଟଗାଁ ମାଟି ହୋଇଛି ଆହୁରି ଭକ୍ତିମୟ,ଭାବମୟ ଓ ଆନନ୍ଦମୟ। ହଜାର ହଜାର ଭକ୍ତ ଧାଡିବାନ୍ଧି ମାଆଙ୍କୁ ଦର୍ଶନ କରିବାକୁ ବ୍ୟାକୁଳ ହୋଇଥିଲେ। ଆଜି ନବବର୍ଷ ଥିବାରୁ ଦିନବେଳା ମା’ଙ୍କ ପହଡ଼ ପଡିନଥିଲା। ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ଘଟଗାଁ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା, ଏସଡିପିଓ ବିଜୟକୃଷ୍ନ ମହାପାତ୍ର ଓ ଅନ୍ୟାନ୍ୟ ପୁଲିସ କର୍ମଚାରୀଙ୍କ ପ୍ରଚେଷ୍ଟା ଅତୁଳନୀୟ ଥିଲା। ଭୋଗ ଦୋକାନ, ଗାଡି ପାର୍କିଂ ସ୍ଥାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଭକ୍ତ ମାନଙ୍କ ସୁବିଧାପାଇଁ ମନ୍ଦିର କମିଟି ତରଫରୁ ବସ୍ ସେବା ଯୋଗାଇ ଦିଆଯାଇଥିଲା। ମାତୃପ୍ରେମୀ ମାନେ ମା’ଙ୍କୁ ନବବର୍ଷରେ ଦର୍ଶନକରି ନିଜର ଦୁଃଖ ଜଣାଇଥିଲେ ଓ ଜଗତର ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post