ବିଧାୟକଙ୍କ ଇସ୍ତଫା ଓ ଗିରଫ ଦାବିରେ କଂଗ୍ରେସର ଜନଆକ୍ରୋଶ ଧାରଣା

0

ଓଡ଼ଗାଁ (ଶାସକ ପ୍ରଶାସକ): ଚିଟଫଣ୍ଡ ମାମଲାରେ ନୟାଗଡ ବିଧାୟକ ଅରୁଣ କୁମାର ସାହୁଙ୍କୁ  ସି.ବି.ଆଇର ସମନ ଜାରିକୁ ନେଇ ନୈତିକତା ଦୃଷ୍ଟିକୋଣରୁ ଇସ୍ତଫା ଦେବା ଦାବିରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜନଆକ୍ରୋଶ ଧାରଣା ଦିଆଯାଇଥିଲା । ଜିଲ୍ଲା କଂଗ୍ରେସ କମିଟିି ସଭାପତି ତଥା ଆଇନଜୀବୀ ରଣଜିତ ଦାଶ, କାର୍ଯ୍ୟାକାରୀ ସଭାପତି ହୁସେନ ଖାଁ, ଜୋନ୍ ସଭାପତି ବସନ୍ତ କୁମାର କର, ନିରଂଜନ ତ୍ରିପାଠୀ, କମଳଚରଣ ସାହୁ, ବାଇନାଥ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଅନୁଷ୍ଠିତ  ଏହି ଧାରଣାରେ ନୟାଗଡ ଜିଲ୍ଲାରେ ହୋଇଚାଲିଥିବା ବିଭିନ୍ନ ଦୁର୍ନୀତିରେ ବିଧାୟକ ସଂପୃକ୍ତ ବୋଲି କହିଥିଲେ । ହନୁମାନ ଛକଠାରେ ବିଧାୟକଙ୍କ କୁଶ ପୁତଳିକା ଦାହ କରାଯିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଏକ ଦାବିପତ୍ର ଓଡଗାଁ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।  

 

Leave A Reply

Your email address will not be published.