ପ୍ରଶାସନର ଅଭିଯୋଗ ଶୁଣାଣୀ ; ୧୧୧ ଅଭିଯୋଗ ପଞ୍ଜୀକୃତ

0 1

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଉଢୁରା ପଂଚାୟତରେ ପ୍ରଶାସନର ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ତହସିଲଦାର ତଥା ବିଡିଓ କଳାକୃଷ୍ଣ ପ୍ରଧାନ ଯୋଗ ଦେଇଥିବା ବେଳେ ଶିବିରରେ
୧୧୧ ଜଣଙ୍କ ଅଭିଯୋଗକୁ ପଞ୍ଜୀକରଣ କରାଯାଇଥିଲା I ଏହା ମଧ୍ୟରେ ମୁଖ୍ୟତଃ ଆବାସ ଯୋଜନା ପାଇଁ ୧୧ ଟି ଆବେଦନ ପତ୍ର ଗ୍ରହଣ କରାଯାଇଥିବା ବେଳେ ବିଭିନ୍ନ ଭତ୍ତା ପାଇଁ ୨୦ ଟି,ରାସନ୍ କାର୍ଡ୍ ବିଭାଗରେ ୩୫ ଟି,ରାସ୍ତା ସମସ୍ୟା ପାଇଁ ଗୋଟିଏ ଅଭିଯୋଗ ଗ୍ରହଣ କରାଯାଇଥିଲା I ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ସେଠୀ, ସମିତିସଭ୍ୟ ସୁଧାଂଶୁ ଶେଖର ପୋଲେଇ, ସିଡ଼ିପିଓ ନଳିନୀ ମହାରଣା, ଏବିଡିଓ ସନ୍ତୋଷ ମନ୍ତ୍ରୀ, ସହକାରୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ତ୍ରୀପାଠି, କନିଷ୍ଠ ଯନ୍ତ୍ରୀ କ୍ଷୀରୋଦ ଦାସ, ଆସିଷ୍ଟାଣ୍ଟ କମ୍ପୁଟର୍ ପ୍ରୋଗ୍ରାମର ମିହିର ବିଶ୍ୱାଳ, ବ୍ଲକ୍ ଭେଟେନାରୀ ଅଫିସର୍ ଡାକ୍ତର କାର୍ତ୍ତିକେଶ୍ୱର ସାହୁ, ଆୟୂଷ ଡ଼ାକ୍ତର ଜଗନ୍ନାଥ ପତି, ମୃତ୍ତିକା ସଂରକ୍ଷଣ ଓ ଉନ୍ନୟନ ଅଧିକାରୀ ମନୋଜ ପଟ୍ଟନାୟକ, ପିଇଓ ମହେନ୍ଦ୍ର ପ୍ରଧାନ, ଯୋଗାଣ ସହାୟିକା ରେଶମା ପ୍ରଧାନ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଅଭିଯୋଗ ଉପରେ ତର୍ଜ୍ଜମା କରିବା ସହ ଏହାର ସମାଧାନ ଦିଗରେ ପ୍ରୟାସ କରାଯିବ ବୋଲି ପ୍ରତିଶୃ୍ତି ଦେଇଥିଲେ I କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ I

Leave A Reply

Your email address will not be published.