ରବୀନ୍ଦ୍ର ବିଦ୍ୟା ନିକେତନ କନିଷ୍ଠ ଛାତ୍ରଙ୍କ ସଫଳତା

0 1

କେନ୍ଦୁଝର,(ଦିଲୀପ ସାହୁ)ତା ୨୯/୧୨- କେନ୍ଦୁଝର ରବୀନ୍ଦ୍ରବିଦ୍ୟାନିକେତନ ଚତୁର୍ଥ ଷ୍ଟାଣ୍ଡାର୍ଡର ଛାତ୍ର ଦର୍ଶ୍ଵିନ ଦେବୀ ବିରଭଦ୍ରମ ଦ୍ଵିତୀୟ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ୧୦ବର୍ଷରୁ କମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଜିଲ୍ଲାପାଇଁ ଗର୍ବ ଆଣିଛନ୍ତି। ଓଡିଶା ତୀରନ୍ଦାଜ ଆସୋସିଏସନ ଦ୍ୱାରା କୁରଙ୍ଗ ଶାସନ ମିନି ଷ୍ଟାଡିୟମରେ ଚଳିତ ମାସ ୨୭ ଓ ୨୮ ତାରିଖରେ ଆୟୋଜିତ ହୋଇଥିବା ଦୁଇଦିନିଆ ଟୁର୍ଣ୍ଣାମେଣ୍ଟରେ ଦର୍ଶ୍ଵିନଦେବୀ କେନ୍ଦୁଝରକୁ ପ୍ରତିନିଧିତ୍ୱ କରିଥିଲେ। ଏଠାରେ ନିଆଳି ବିଧାୟିକା ଛବିମଲ୍ଲିକ, ରାଜ୍ୟ ଭାଜପା ଉପସଭାପତି ଯତୀନ ମହାନ୍ତି ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। କୋଚ ଜବାହରଲାଲ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରଶିକ୍ଷଣ ନେଇ ଗତ ବର୍ଷ ହାଇଦ୍ରାବାଦ ଠାରେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସେ ମେଡାଲ ହାସଲ କରିଥିଲେ।ଦର୍ଶ୍ଵିନଦେବୀଙ୍କ ସଫଳତାରେ ଜିଲ୍ଲାର ବିଭିନ୍ନ ମହଲରୁ ପ୍ରଶଂସାର ବାର୍ତ୍ତାମାନ ପହଂଚିବାରେ ଲାଗିଛି।

Leave A Reply

Your email address will not be published.