ନବରଙ୍ଗପୁର ତା ୨୬.୧୨.୨୦୨୫ ଆଜି ପୂର୍ବାହ୍ନ ୧୧:୦୦ ଘ ସମୟରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଦ୍ଵାରା ଜିଲ୍ଲାପାଳ କାର୍ଯ୍ୟଳୟ ଅଶୋକ ମେହେତା ସମ୍ମିଳନୀ ଵୀର ବାଲ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର ସମସ୍ତଙ୍କୁ ସ୍ଵାଗତ ଜଣାଇ ବୀର ବାଲ ଦିବସ ପାଳନ ଉପରେ ସମ୍ୟକ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ ଯୋଗଦାନ କରି ଵୀର ବାଳକ ମାନଙ୍କ ବଳିଦାନ, ସାହସ ଓ ଦେଶ ଭକ୍ତିକୁ ସ୍ମରଣ କରିବା ସହ ଯୁବପିଢି ମଧ୍ୟରେ ଦେଶ ପ୍ରେମର ଭବନା ଜାଗ୍ରତ କରିବା ପାଇଁ ବାର୍ତ୍ତା ଦେଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଅତିରିକ୍ତ ଜିଲ୍ଲା କଳ୍ୟାଣ ଅଧିକାରୀ ମନୋଜ ବେହେରା ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଦିଲ୍ଲିପ ପଟ୍ଟନାୟକ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ନିଜର ବକ୍ତବ୍ୟରେ ଗୁରୁ ଗୋବିନ୍ଦ ସିଂ ଙ୍କ ଦୁଇ ଶିଶୁପୁତ୍ର ବାବା ଯୋରାବର ସିଂ ଏବଂ ବାବା ଫତେହ ସିଂ ଙ୍କ ବଳିଦାନ,ଦେଶର ବିର ବାଳକ ମାନଙ୍କର ତ୍ୟାଗ ,ଦେଶ ପ୍ରିତି ଓ ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଯୁବପିଢିଙ୍କୁ ସେମାନଙ୍କଠାରୁ ପ୍ରେରଣା ଗ୍ରହଣ କରିବାକୁ ଆହ୍ବାନ କରିଥିଲେ। ବାଲ୍ୟ କାଳରୁ ଛାତ୍ର ମାନଙ୍କ ମଧ୍ୟରେ ଦେଶପ୍ରେମ,ଆତ୍ମ ସମ୍ମାନ ଓ ସଚ୍ଚୋଟତା ଉପରେ ଶିକ୍ଷା ଦେବାକୁ ମତ ପ୍ରକାଶ ପାଇଥିଲା।ଆଜି ଦିବା ୧୨.୩୦ ମି ସମୟରେ ବିଜ୍ଞାନ ଭବନ, ନୁଆ ଦିଲ୍ଲୀ ଠାରେ ଆୟୋଜିତ ବୀର ବାଳ ଦିବସ କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସିଧା ପ୍ରସାରଣ କାର୍ଯ୍ୟକ୍ରମ କୁ ସମସ୍ତେ ଦେଖିଥିଲେ। ଜିଲ୍ଲାରେ ସମସ୍ତ ଅଙ୍ଗନବାଡି କେନ୍ଦ୍ର,ଉତ୍କଳ ବାଲଶ୍ରମ ଠାରେ ବୀର ବାଲ ଦିବସ ପାଳନ କରାଯାଇଥିଲା।ସଭାରେ ସି ଡି ପି ଓ, ସୁପର ଭାଇଜର,ଅଙ୍ଗନବାଡି କର୍ମୀ, ୱାନ ଷ୍ଟପ ସେଣ୍ଟର,ସଖୀ ର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଜିଲ୍ଲା ମହିଳା ସଶକ୍ତି କେନ୍ଦ୍ରର ସଂଯୋଜକ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଶେଷରେ ଶିଶୁ ପ୍ରୋଗ୍ରାମ ଅଧିକାରୀ ରମା ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post