କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଡିସେମ୍ବର ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ଯୁବ ଉତ୍ସବ ପ୍ରତିଯୋଗିତାରେ ପଦ୍ୟ ଲିଖନ ପ୍ରତିଯୋଗିତାରେ ଏସ.ଏନ ମହାବିଦ୍ୟାଳୟର ରାଜକନିକାର ଛାତ୍ରୀ ସୋମ୍ୟ ପ୍ରିୟଦର୍ଶିନୀ ବିଶ୍ୱାଳ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି | ପୁରସ୍କାର ବାବଦରେ ୧୦ ହଜାର ଟଙ୍କା, ଟ୍ରଫି ଏବଂ ପ୍ରମାଣପତ୍ର ପ୍ରଦାନ ମୁଖ୍ୟଅତିଥି ପ୍ରଦାନ କରିଛନ୍ତି | ସୋମ୍ୟ ପ୍ରିୟଦର୍ଶିନୀ ଜାତୀୟସ୍ତରୀୟ ଯୁବ ଉତ୍ସବରେ ଅଂଶଗ୍ରହଣ ନିମନ୍ତେ ଦିଲ୍ଲୀ ଗସ୍ତ କରିବେ | ଜାତୀୟ ସ୍ତରୀୟ ପ୍ରତିଯୋଗିତା ଆସନ୍ତା ଜାନୁଆରୀ ମାସ ୧୨ ତାରିଖ ଦିନ ଅନୁଷ୍ଠିତ ହେବ | ସେହିପରି ଗଳ୍ପ ଲିଖନ ପ୍ରତିଯୋଗିତା ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଛାତ୍ରୀ ସିମରନ ମହାନ୍ତି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି | ପୁରସ୍କାର ବାବଦକୁ ୫ ହଜାର ଟଙ୍କା ସହ ଟ୍ରଫି ଏବଂ ପ୍ରମାଣପତ୍ର ମୁଖ୍ୟଅତିଥି ପ୍ରଦାନ କରିଛନ୍ତି |ସୋମ୍ୟ ପ୍ରିୟଦର୍ଶିନୀ ଏବଂ ସିମରନଙ୍କ ସଫଳତା ପାଇଁ ଜିଲ୍ଲାପାଳ ରଘୁରାମ ଆର ଆୟର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ନବ କ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ରବୀନ୍ଦ୍ର କୁମାର ମଲ୍ଲିକ, କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି |
Sign in
Sign in
Recover your password.
A password will be e-mailed to you.
Prev Post