ପାଇକମାଲରେ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳିତ।

0

ପଦ୍ମପୁର :- ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ପରେ ୧୯୯୭ ମସିହା ଆଜିର ଦିନରେ ତାଙ୍କର ସୁପୁତ୍ର ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା ବର୍ତ୍ତମାନର ବୃହତ୍ ଆଞ୍ଚଳିକ ଦଳ ଭାବରେ ପରିଚିତ ବିଜୁ ଜନତା ଦଳ। ଏହି କ୍ରମରେ ଆଜି ପାଇକମାଳ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପେକ୍ସ ଅଧ୍ୟକ୍ଷ ବିଜୁ ସ୍ୱାଇଁ, ଯୁବ ସଭାପତି ଗୌତମ ସିଂ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରଯାଇଥିଲା। ପରେ ଅନୁଷ୍ଠିତ ବୈଠକରେ ଉପସ୍ଥିତ ସମସ୍ତେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ବିଜୟ ରାଓ, ନାନକି ସାହୁ, ଲାଲା ସାହୁ, ଦଶରଥ ଚାନ୍ଦ, ଅଜୟ ସେଠ୍, ରାଜୁ ମହାନନ୍ଦ ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.