ସାଂସଦ ଖେଳ ମହୋତ୍ସବ ୨୦୨୫ ଉଦଯାପିତ,୭୫୦ରୁ ଉର୍ଦ୍ଧ୍ବ ଖେଳାଳିଙ୍କ ଅଂଶଗ୍ରହଣ

0

୩ଶହରୁ ଉର୍ଦ୍ଧ୍ବ ସଫଳ ପ୍ରତିଯୋଗୀଙ୍କୁ ପ୍ରଶଂସା ପତ୍ର ଓ ପଦକ ପ୍ରଦାନ

ଓଡ଼ଗାଁ,୨୫।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଗୁରୁବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି । ୨୨ ତାରିଖ ଠାରୁ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ପ୍ରତିଯୋଗିତାର ବିଭିନ୍ନ ବିଭାଗରେ ସ୍ଥାନୀୟ ବ୍ଳକର ୭୫୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗି ଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଶହରୁ ଉର୍ଦ୍ଧ୍ବ ସଫଳ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରଶଂସା ପତ୍ର ସହିତ କ୍ରିଡ଼ା ପଦକ ପ୍ରଦାନ କରାଯାଇଥିଲା । ବିଭିନ୍ନ ପ୍ରକାର ଖେଳକୁ କନିଷ୍ଠ ଓ ବରିଷ୍ଠ ୨ ବିଭାଗରେ ବିଭକ୍ତ କରାଯାଇଥିଲା । ପ୍ରତ୍ୟେକ ଖେଳ ପାଇଁ ବାଳକ ଏବଂ ବାଳିକା ବିଭାଗ ରହିଥିଲା । ୧୦୦ ଏବଂ ୨୦୦ ମିଟର ଦୈ।ଡ, ଲଙ୍ଗଜମ୍ପ୍, ହାଇଜମ୍ପ୍, କବାଡି, ଖୋ ଖୋ, ବ୍ୟାଡମିଣ୍ଟନ ସହିତ କ୍ରିକେଟ ଇତ୍ୟାଦି ବିଭିନ୍ନ କ୍ରିଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ସଭାରେ ଓଡ଼ଗାଁର ଖେଳ ମଣିଷ ଭାବେ ପରିଚିତ ରଘୁନାଥ ଆଥଲେଟିକ ଆସୋସିଏସନ୍ ପ୍ରତିଷ୍ଠିତା ସମ୍ପାଦକ ଦିବାକର ନାୟକ, ବରିଷ୍ଠ ସାମ୍ବାଦିକ ଆଦର୍ଶ କୁମାର ପଟ୍ଟନାୟକ, ଅଶୋକ କୁମାର ମହାପାତ୍ରଙ୍କ ସହିତ ସନ୍ତୋଷ କୁମାର ପ୍ରଧାନ, ରାଜ୍ୟ ସଂଯୋଜକ ଯୁବମୋର୍ଚ୍ଚା, ସଞ୍ଜୟ କୁମାର ସାହୁ, ଓଡ଼ଗାଁ ଏନ୍ଏସି ମଣ୍ଡଳ ସଭାପତି, ତପନ ସାମନ୍ତରାୟ, ମଣ୍ଡଳ ପ୍ରତିନିଧି, ପ୍ରଭାକର ବେହେରା, ଗ୍ରାମୀଣ ମଣ୍ଡଳ ସଭାପତି, ସୁଶାନ୍ତ କୁମାର ପାଲଙ୍କ ସହିତ ମାଧବ ସାହୁ, ମଣ୍ଡଳ ପ୍ରତିନିଧିଙ୍କ ଯୋଗ ଦେଇଥିବା ବେଳେ ଓଡ଼ଗାଁ ଅଞ୍ଚଳର ବରିଷ୍ଠ ଓ କନିଷ୍ଠ ସମସ୍ତ ସାମ୍ବାଦିକ ମାନେ ମଞ୍ଚାସିନ ରହିଥିଲେ । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟ ତିଥିରେ ଉପସ୍ଥିତ ଅତିଥି ମାନେ ଶ୍ରଦ୍ଧା ସୁମନ ଅର୍ପଣ କରି ସମ୍ମାନ ଜଣାଇଥିଲେ । ସ୍କାଉଟ ଆଣ୍ଡ ଗାଇଡି ଶିକ୍ଷକ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବିଜେପି କର୍ମକର୍ତ୍ତାଙ୍କ ସହିତ ଉପସ୍ଥିତ କ୍ରିଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.