ଓଡ଼ଗାଁ,୨୫।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସଭାଗୃହ ଠାରେ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ ଓଡିଶା ଶାଖା-ଅଖଣ୍ଡ ପୁରୀ ଜିଲ୍ଲା ପ୍ରଶାଖା-ମା’ ଦକ୍ଷୀଣ କାଳି ଚନ୍ଦ୍ରଶେଖର ପାଲା ଗାୟକ ମଣ୍ଡଳ ନୟାଗଡ଼ର ୫୧ ତମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଓଡ଼ଗାଁ ପଞ୍ଚାୟତ ସମିତି ସଭା କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅଖଣ୍ଡ ପୁରୀ ଜିଲ୍ଲା ସଭାପତି ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶ, ବ୍ରହ୍ମପୁର ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗ ପ୍ରଫେସର ଡା. ରବି ନାରାୟଣ ପଣ୍ଡା, ଇତିହାସ ପ୍ରାଧ୍ୟାପକ ନୀରୋଜ ଦାସ, ଇଞ୍ଜିନିୟର ଶରତ କୁମାର ନାୟକ, ଗାୟକ କସ୍ତୁଭ ରବିନ୍ଦ୍ର ସାମନ୍ତରାୟ, ରାଜ୍ୟ ପାଲା ଗାୟକ ପରିଷଦ ସଭାପତି ସିଦ୍ଧାନ୍ତ ଦର୍ଶି ମଦନମୋହନ ଜେନା, ଗାୟକ ସୁଧାକର ଯୁଦ୍ଧିଷ୍ଠିର ପରିଡ଼ା, ଗାୟକ କଳା ନିଧି ମନୋଜ କୁମାର ମିଶ୍ର, ବାଣିରତ୍ନ ପଣ୍ଡିତ ଗଦାଧର ଦାଶ ପ୍ରମୁଖ ଅତିଥି ଗଣ ଯୋଗଦେଇ ସାଙ୍ଗଠନିକ ଆଲୋଚନା କରିବା ସହିତ ସାମ୍ପ୍ରତିକ ସମୟରେ ପାଲା ଏବଂ ପାଲା ଗାୟକ ମଣ୍ଡଳର ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ । ଇତ୍ୟବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଗାୟକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏବଂ କବି ପ୍ରଦୀପ, କବିକଳ୍ପଦୃମ ବିପିନ ବିହାରୀ ଖୁଣ୍ଟିଆଙ୍କ ପୁସ୍ତକ କୃଷ୍ଣା ବିଳାଶ ଉନ୍ମୋଚିତ ହୋଇଥିଲା । ଗାୟକ ଅକୃର ବାରିକ କାର୍ଯ୍ୟକ୍ରମକୁ ସଞ୍ଜୋଜନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post