ଜାତୀୟ ଖାଉଟି ଦିବସ ପାଳିତ

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ଖାଉଟି ଦିବସ ଅବସରରେ ଗ୍ରାହକ ଅଧିକାର କମିଟି ଗଜପତି ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ନୂଆ ବସ୍ ଷ୍ଟାଣ୍ଡ ଠାରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
୧୯୮୬ ମସିହା ଡ଼ିସେମ୍ବର ୨୪ ତାରିଖ ଦିନରେ ଗ୍ରାହକ ସୁରକ୍ଷା ଆଇନ୍,୧୯୮୬ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା, ଯାହା ଗ୍ରାହକ ବା ଖାଉଟି ଙ୍କ ପାଇଁ ଏକ ବ୍ୟାପକ ଅଧିକାର ସ୍ଥାପନ କରିଥିଲା। ଗଜପତି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଗ୍ରାହକ ଅଧିକାରର ଗୁରୁତ୍ୱ ଏବଂ ସୁରକ୍ଷା ବାବଦରେ ବ୍ୟାପକ ସଚେତନତାର ଆବଶ୍ୟକ ରହିଛି।
ଏହି ପରିପ୍ରେକ୍ଷୀରେ ଗଜପତି ଗ୍ରାହକ ଅଧିକାର ସୁରକ୍ଷା କମିଟିର ସମ୍ପାଦିକା ତନୁଜା ଶତପଥୀ , ସଭାପତି ରୋକମ ଲୋକନାଥ , ଶିଶିର କୁମାର ଭଞ୍ଜ ସାମନ୍ତ , ଶିବାଶିଷ ପଟ୍ଟନାୟକ , ମୁଚି ବାଙ୍ଗାରି ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି ଲିଫଲେଟ ବାଣ୍ଟିବା ସହ ପ୍ରତ୍ୟେକ ନାଗରିକ ଦୈନନ୍ଦିନ ଜୀବନରେ ଟଙ୍କା ବିନିଯୋଗ କରି କ୍ରୟ କରିବା ବେଳେ ଉନ୍ନତ ମାନର ସେବା ଓ ଜିନିଷ କିଭଳି ପାଇବେ ତା ସହିତ ଅନ୍ ଲାଇନ୍ ଓ ଅଫ୍ ଲାଇନ୍ ରେ ଠକାମୀର ଶିକାର ହେଲେ କିଭଳି ଖାଉଟି ଅଦାଲତ ର ଆଶ୍ରୟ ନେବେ ସେ ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ।

ସେହିଭଳି ଗ୍ରାହକ ପଂଚାୟତ, ଗଜପତି ଆନୁକୂଲ୍ୟରେ ଜାତୀୟ ଖାଉଟି ଦିବସ ପାଳନ କରାଯାଇଛି। ଏହି ପରିପେକ୍ଷ ରେ ଶ୍ରୀ ହରି ମୋହନ ପଟ୍ଟନାୟକ ସଭାପତି ଭାବେ ଶ୍ରୀ ଡ଼ ମଧୁ ସୁଦନ ନାୟକ ସମ୍ପାଦକ , ଶ୍ରୀ ବିଘ୍ନରାଜ ପଣ୍ଡା ସଂଗଠନ ସମ୍ପାଦକ , ଶ୍ରୀ ରାମ ଚନ୍ଦ୍ର ଦାସ ସହ ସମ୍ପାଦକ , ମୁଖ୍ୟ ଅତିଥି ଭାବେ ଶ୍ରୀ ଦୁର୍ଗା ଚରଣ ପାଣିଗ୍ରାହୀ , ସମ୍ମାନିତ ଅତିଥି ଭାବେ ରବୀନ୍ଦ୍ର ନାଥ ମହାରଣା , ଶ୍ରୀ ଲୋକନାଥ ମିଶ୍ର , ଇ .ଶ୍ରୀ ତ୍ରିପତି ପାତ୍ର , ତ୍ରିପତି ପଣ୍ଡା ଏବଂ ଅନ୍ୟ ମାନ୍ୟଗନ ବ୍ୟକ୍ତି ଉପସ୍ଥିତ ସଭା ଟିକୁ ସାଫୋଲ୍ୟ ମଣ୍ଡିତ କଲେ।
ଉକ୍ତ କାର୍ଯ୍ୟକ୍ରମ କୁ ଶ୍ରୀ ଜୟକୃଷ୍ଣ ପଟ୍ଟନାୟକ ପରିଚାଳନା କରିଥିଲେ।

Leave A Reply

Your email address will not be published.