ସରସ୍ବତୀ ଶିଶୁବିଦ୍ୟାମନ୍ଦିର୨୭ତମ ବାର୍ଷିକ ଉତ୍ସବ ୨୦୨୫

0 1

“ବାର୍ଷିକ ଉତ୍ସବ ଆତ୍ମସମୀକ୍ଷାର ଅବସର”

ଓଡ଼ଗାଁ,୨୪।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସରସ୍ବତୀ ଶିଶୁବିଦ୍ୟାମନ୍ଦିରର ୨୭ ତମ ବାର୍ଷିକ ଉତ୍ସବ -୨୦୨୫ ବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବିଭୁପ୍ରସାଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଭାପତି ପୂର୍ବ ସମ୍ଭାଗ, ଶିକ୍ଷା ବିକାଶ ସମିତି ଓଡ଼ିଶା କୁଳମଣି ମିଶ୍ର, ମୁଖ୍ୟ ବକ୍ତା ଭାବେ ଦିଲ୍ଲୀପ କୁମାର ମିଶ୍ର ଯୋଗଦେଇ ଶିଶୁ ମାନଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବରେ ଶିକ୍ଷାନୁଷ୍ଠାନର ଆତ୍ମସମୀକ୍ଷା ପାଇଁ ଏକ ଅବସର ବୋଲି କହିଥିଲେ । ପରିଚାଳନା ଠାରୁ ଆରମ୍ଭ କରି ଶିକ୍ଷାଦାନ ବ୍ୟବସ୍ଥା ଏବଂ ପାରିପାର୍ଶ୍ବିକ ବ୍ୟବହାରିକ ଶିକ୍ଷାର ସୂଚନା ଉତ୍ସବ ମଞ୍ଚରୁ ଅନୁଧ୍ୟାନ କରିହୁଏ । ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶିଶୁକୁ ବିଷୟାଗତ ଉପଲବ୍ଧି ପର୍ଯ୍ୟନ୍ତ ପହଁଞ୍ଚାଇବାକୁ ଆବଶ୍ୟକ ଉଦ୍ୟମ କରିବା ଦରକାର ବୋଲି ଅତିଥି ପରାମର୍ଶ ଦେଇଥିଲେ। ପରେ ଅତିଥି ମାନଙ୍କଦ୍ଵାରା ବାର୍ଷିକ ମୁଖପତ୍ର ବିଶେଷାଙ୍କ – ୨୦୨୫ ‘ଭାରତୀ’ ଉନ୍ମୋଚନ ହୋଇଥିଲା। ଅନୁଷ୍ଠାନର ପୂର୍ବତନ ଛାତ୍ର ଓଡ଼ଗାଁ ବ୍ଳକ ଭାଡିକୀଳା ଗ୍ରାମର ଶ୍ରୀ କୁମାର ପ୍ରଧାନ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୪୪ତମ ସ୍ଥାନରେ କୃତକାର୍ଯ୍ୟ ହୋଇଥିବା ବେଳେ ରାଜ୍ୟ ବନ ବିଭାଗ ସେବା ପରୀକ୍ଷାରେ ମଧ୍ୟ ୯୭ତମ ସ୍ଥାନ ଅର୍ଜନ କରିଥିବା କହିଛନ୍ତି । ସେ ବର୍ତ୍ତମାନ ରାଜ୍ୟ ସିଭିଲ ସର୍ଭିସ ବିଭାଗ ଦ୍ଵାରା ପରିଚାଳିତ ଓରିଏଣ୍ଟେସନ ପୋଗ୍ରାମରେ ଯୋଗ ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ଡକୋମେଣ୍ଟ ଭେରିଫିକେସନ ହୋଇ ବିଭାଗ ବଣ୍ଟନ କରାଯିବ । ବାର୍ଷିକୋତ୍ସବ ଅବସରରେ ଶିକ୍ଷାନୁଷ୍ଠାନର ଏହି ପ୍ରାକ୍ତନ ଛାତ୍ର ଶ୍ରୀକୁମାର ପ୍ରଧାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ମାନପତ୍ର ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏବଂ ଓଡ଼ଗାଁ ଏନ୍ଏସିର ଯନ୍ତ୍ରୀ ସତ୍ୟନାରାୟଣ ସାହୁଙ୍କୁ ଓଡ଼ଗାଁର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସହଯୋଗ ରଖିଥିବା ନେଇ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ସମ୍ପାଦକ ପ୍ରଦୀପ୍ତ କୁମାର ବିଶ୍ବାଳ କାର୍ଯ୍ୟକ୍ରକୁ ସମ୍ପାଦନା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ ପ୍ରଧାନ ବିବରଣୀ ପାଠ କରିଥିଲେ । ଏବଂ ଅକ୍ଷୟ କୁମାର ସାହୁ ମଞ୍ଚ ସଂଯୋଜନା କରିଥିଲେ । ସମସ୍ତ ଗୁରୁଜୀ ଓ ଗୁରୁମାଙ୍କ ସହିତ ଅଣ ଶିକ୍ଷା କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଷିତ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଭିଭାବକ ଛାତ୍ରଛାତ୍ରୀ ବହୁ ରାତି ପର୍ଯ୍ୟନ୍ତ ମର୍ଯିଯାଇଥିବା ଦେଖାଯାଇଥିଲା ।

Leave A Reply

Your email address will not be published.