ନୟାଗଡ଼(ବିଶ୍ୱଜିତ ନାୟକ) : – ନୟାଗଡ଼ ଜିଲ୍ଲା ମହୋତ୍ସବ ତଥା ପଲ୍ଲିଶ୍ରୀ, କୃଷି ଓ ପୁସ୍ତକ ମେଳା ଉଦଘାଟିତ ହୋଇଯାଇଛି। ଉଦଘାଟନ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ପୁରୀ ସାଂସଦ ସମ୍ବିତ ପାତ୍ର, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଜିଲ୍ଲାପାଳ ସ୍ବାଗତ ଅଭିଭାଷଣ ରଖିଥିଲେ। ଜିଲ୍ଲା ବାସୀଙ୍କ ମଧ୍ୟରେ ଥିବା ଏକତା ଓ ଉତ୍କର୍ଷ ହିଁ ମହୋତ୍ସବ ମାଧ୍ୟମରେ ପ୍ରତିଫଳିତ ହୁଏ ଅତିଥିମାନେ ମତ ବ୍ୟକ୍ତ କରିଥିଲେ। ଆଜିର ସଭାକୁ କବି ଗୋପୀନାଥ ସେଠୀ ଓ ସାମ୍ବାଦିକ ଜୟେନ୍ଦ୍ର ବେହେରା ସଂଯୋଜନା କରିଥିଲେ। ଚଳିତ ବର୍ଷ ମହୋତ୍ସବରେ ୨୯୦ ଷ୍ଟଲ ନିର୍ମାଣ କରାଯାଇଛି । ସେଥିରୁ ଓରମାସ୍ ଅଧିନରେ ବିଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠୀ ପାଇଁ ୧୩୫ ଷ୍ଟଲ ବ୍ୟବସ୍ଥା କରାଯାଇଛି । କୃଷି ମେଳା ପାଇଁ ୫୦ ଷ୍ଟଲ, ପୁସ୍ତକ ମେଳା ପାଇଁ ୨୦ ଷ୍ଟଲ, ଖାଦ୍ୟ ପାଇଁ ୪୦ ଷ୍ଟଲ, ବିଜ୍ଞାପନ ପାଇଁ ୧୦ଟି ଷ୍ଟଲ, ବିଭିନ୍ନ ବିଭାଗ ପାଇଁ ୩୦ ଷ୍ଟଲ, ଜରୁରୀ କାଳୀନ ସହାୟତା ପାଇଁ ୫ଟି ଷ୍ଟଲ ନିର୍ମାଣ କରାଯାଇଛି । ଆଜି ପ୍ରଥମ ଦିନରେ ବ୍ୟାପକ ଗହଳି ହୋଇଥିବା ବେଳେ ଖାଦ୍ୟ ଷ୍ଟଲ ଗୁଡ଼ିକ ବେଶ ଗହଳି ହୋଇଛି। ଆଜି ସନ୍ଧ୍ୟାରେ ବ୍ୟଙ୍ଗ କବି ମହାସମର ଅନୁଷ୍ଠିତ ହୋଇ ଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post