ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ଏବଂ ସ୍ପିରିଟଜା ଆନୁକୂଲ୍ୟରେ କେନ୍ଦୁଝରରେ ଅଭିନୟ କର୍ମଶାଳା

0 2

 କେନ୍ଦୁଝର,ତା୨୨/୧୨- ଏନ୍‌ଏସ୍‌ଡ଼ି, ନୂଆଦିଲ୍ଲୀ ଓ ସ୍ଥାନୀୟ ସ୍ପିରିଟଜା ନୃତ୍ୟାନୁଷ୍ଠାନର ମିଳିତ ସହଯୋଗୀତାରେ ଏକ ଅଭିନୟ ପ୍ରଶିକ୍ଷଣ କର୍ମଶାଳା ଆରମ୍ଭ ହୋଇଛି। ଏହା ରାଜ୍ୟର ଅନେକ କଳାକାରଙ୍କୁ ନେଇ ମାସେ ଧରି ଚାଲିବ ବୋଲି ଜଣାଯାଇଛି। ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର କୁଳସଚିବ କେନ୍ଦୁଝରର ଗୌରବ ପ୍ରଦୀପ କୁମାର ମହାନ୍ତି ମହୋଦୟ ଓ ଜିଲ୍ଲା ଅତିରିକ୍ତ ଏସ୍.ପି. ଜ୍ୟୋତିର୍ମୟ ଭୁକ୍ତା , ଅତିଥିଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦୁଝର ଜିଲ୍ଲାର ୩୦ ଜଣ କଳାକାରଙ୍କୁ ଏଠାରେ ସୁନାମଧନ୍ୟ ଏନ୍‌.ଏସ୍‌.ଡି ପ୍ରଶିକ୍ଷକମାନଙ୍କଦ୍ୱାରା ପ୍ରଶିକ୍ଷଣ ଦେବା ପରେ ସମାରୋପ କାର୍ଯ୍ୟକ୍ରମ ଦିନ ଏକ ସୁନ୍ଦର ନାଟକ ପରିବେଷଣ କରାଯିବ ବୋଲି ଏନଏସଡ଼ି କୁଳସଚିବ ପ୍ରଦୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି। ଏହି ଗୋଟେ ମାସ ୱାର୍କସପରେ ଆକ୍ଟିଂ ଶିକ୍ଷା ପିଲାମାନଙ୍କ ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ଆଣିବ ବୋଲି ଆଲୋଚନା ହେଉଛି। ଯାହାକି ତାଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରିବ। କେନ୍ଦୁଝରରେ ଥିଏଟର ଆକ୍ଟିଂକୁ ପ୍ରଚାରପ୍ରସାର କରିବା ଏବଂ କେନ୍ଦୁଝରର ଲୁକ୍କାୟିତ ପ୍ରତିଭା ମାନଙ୍କୁ ଉନ୍ନତ ମାନର ଶିକ୍ଷା ମିଳୁ ଏହା ହିଁ ସ୍ପିରିଟଜା ଏକାଡେମୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏହି ଏକାଡେମୀର ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଗତିକା ମହାନ୍ତି(ଲିମା) କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଆର୍ଯ୍ୟାନ୍ ରାୟ, ବଳଭଦ୍ର ପାଢ଼ୀ, ଚିତ୍ତରଞ୍ଜନ ବେହେରା ଏବଂ ଶୁଭେନ୍ଦୁ ଚକ୍ର ସହଯୋଗ କରିଥିଲେ।

Leave A Reply

Your email address will not be published.