ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତି ବର୍ଷ ଭଳି ଏହି ବର୍ଷ ୨୦୨୫ ମସିହାରେ ରାମାନୁଜନ ଗଣିତ କ୍ଲବ୍ , ପାରଳାଖେମୁଣ୍ଡିର ତରଫରୁ ବିଶ୍ବ ବିଖ୍ୟାତ ବିସ୍ମୟ ଗଣିତଜ୍ଞ ରାମାନୁଜନଙ୍କ ଜୟନ୍ତି ଅବସରରେ ଜାତୀୟ ଗଣିତ ଦିବସ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳନ ହୋଇଯାଇଛି।
ଉକ୍ତ ସଭାରେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ମନୋଜ କୁମାର ପଣ୍ଡା ସଭାପତିତ୍ବ କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଗଜପତି , ଶ୍ରୀ ଏମ୍ .ଗିରିଧର ମୁଖ୍ୟ ଅତିଥି ରୂପେ ରାମାନୁଜନ୍ କ୍ଲବ୍ ର ସଦସ୍ୟ ମାନଙ୍କ ଏହି ସାଧୁ ଉଦ୍ୟମକୁ ପ୍ରଶଂସା କରିଥିଲେ ଓ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରଫେସର ଡକ୍ଟର ମାନସୀ କୁମାରୀ ସାହୁକାର ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଜିର କମ୍ପ୍ୟୁଟର ଯୁଗରେ ଗଣିତର ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ। ସମ୍ମାନୀତ ଅତିଥି ସ୍ଥାନୀୟ ଶିକ୍ଷା ପ୍ରଶିକ୍ଷଣ ବିଦ୍ୟାଳୟର ଶିକ୍ଷିକା ପ୍ରଶିକ୍ଷିକା ଶ୍ରୀ ମତୀ ଏ.ସଂଧ୍ୟା ରାଣୀ ଗଣିତର ବୋଧ ଓ ପ୍ରୟୋଗ ପିଲାଙ୍କ କିପରି ଦକ୍ଷତା ବଢାଏ , ଆଲୋକପାତ କରିଥିଲେ। ଶିଶୁ ମନ୍ଦିରର ପ୍ରଧାନ ଗୁରୁଜୀ ଗଣିତ ଆଧ୍ୟାତ୍ମିକ ଉପଲବ୍ଧିର ଫଳ କହିଥିଲେ।
ପୂର୍ବ ନିର୍ଦ୍ଧାରିତ ଗଣିତ ପ୍ରତିଯୋଗିତାରେ ବରିଷ୍ଠ ବିଭାଗରେ ମୈସୁମୀ ପଲାଇ , ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ପ୍ରଥମ , ଶିଶୁ ବିଦ୍ୟାମନ୍ଦିରର ନବମ ଶ୍ରେଣୀର ଛାତ୍ର ଅଦିତ୍ ପାଣିଗ୍ରାହୀ , ଶିଶୁ ବିଦ୍ୟା ମନ୍ଦିରର ନବମ ଶ୍ରେଣୀ ଛାତ୍ରୀ ପ୍ରାଚୀ ପରିଡ଼ା କନିଷ୍ଠ ବିଭାଗର ତାପସ୍ ବେହେରା ଷଷ୍ଠ ଶ୍ରେଣୀ ପ୍ରଥମ , ତନିଷ୍କା ଦାସ୍ ସପ୍ତମ ଶ୍ରେଣୀ ଉଭୟ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ , ସେଞ୍ଚୁରିଆନ୍ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ରୀ ସାଲିନୀ ପାଢ଼ୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସଙ୍ଗୀତ ପୂର୍ଣ୍ଣ ପାଲକା , ବିବରଣୀ ପଠନ ଶ୍ରୀ ମତୀ ବବିତା ପୁରୋହିତ , କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଶ୍ରୀ ହରିନାଥ ପାତ୍ର ରାମାନୁଜନଙ୍କ ଜୀବନୀ ପାଠ ଶ୍ରୀ ନରେଶ ପ୍ରଧାନ ଉପସ୍ଥାପନା କରିଥିଲେ। ଶ୍ରୀମତୀ ମଧୁସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଶ୍ରୀ ରମାକାନ୍ତ ପଟ୍ଟନାୟକ , ଶିକ୍ଷକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀ ଶ୍ୟାମସୁନ୍ଦର ଗନ୍ତାୟତ ମଞ୍ଚ ସଂଚାଳନା କରିଥିଲେ। କାର୍ଯ୍ୟକ୍ରମର ସକ୍ରିୟ ସଭ୍ୟ ଅମୂଲ୍ୟ ପାଣିଗ୍ରାହୀ , କେ.ଲକ୍ଷ୍ମଣ ରାଓ , ପୁରୁଷୋତ୍ତମ ବେହେରା , ସୌମ୍ୟ ପ୍ରସାଦ ନାୟକ , ରମାକାନ୍ତ ହୋତା , ସୁଜ୍ଞାନ ଚାନ୍ଦ ବ୍ରହ୍ମା ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.