(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣୁପୁର ଲୁକ୍କାୟିତ କଳା ସଂସ୍କୃତି ପରଂମ୍ପରା ବାଦ୍ୟଯନ୍ତ୍ର୍ର ଓ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଗୁଣୁପୁର ଉପଖଣ୍ଡ ରେ ଆରମ୍ଭ ହୋଇଛି “ଚଇତି” ମହୋତ୍ସବ। ପ୍ରଥମେ ରାୟଗଡା ଜିଲ୍ଲା ର ବିଭିନ୍ନ ବ୍ଲକ୍ ଅଞ୍ଚଳରେ ଚଇତି ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସରିଥିବା ପରେ ଏବେ ଉପଖଣ୍ଡସ୍ତରିୟ ଚଇତି‘ଇଡିତାଲ୍’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ଆଜି ଉପଖଣ୍ଡ ପ୍ରଶାସନ ଗୁଣୁପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ୍ ଙ୍କ ଅଧକ୍ଷତାରେ ଆଜିଠାରୁ ତିନିଦିନ ଧରି ଏହି ମହୋତ୍ସବ ସରକାରି ଉଚ ବିଦ୍ୟାଳୟ ପଡିଆ ଠାରେ ଚାଲୁ ରହିବ। ଆଜି ସକାଳେ ଗୁଣୁପୁର ଜଗନ୍ନାଥ ମନ୍ଦିର ଠାରୁ କଳସ ପୂଜା ହୋଇ ସେଠାରୁ କଳସ ସହ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଉତ୍ସବ ପଡିଆ ଠାରେ ପହଞ୍ଚିଥିଲା। ଶୋଭାଯାତ୍ରା ସମୟରେ ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ର୍ର ସହ ଲୋକନୃତ୍ୟ , ସଂସ୍କୃତି, ପାରମ୍ପରିକ ନାଚଗିତ ସହ ନାଚିଉଠିଥିଲେ ସାମିଲ ଥିବା ହଜାରେ ରୁ ଉର୍ଧ ଜନସାଧାରଣ ଓ ଶିକ୍ଷା ଅନୁଷ୍ଟାନର ଛାତ୍ରଛାତ୍ରି ଓ କଳାକାର , ଲୋକପ୍ରତିନିଧି , ମହିଳା ସଂଙ୍ଘ ର ମହିଳା, ସରକାରି କର୍ମଚାରୀ। ଶୋଭାଯାତ୍ରା ସମୟରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ଗୁଣୁପୁର କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗ ଢାମ୍ପ ବାଦ୍ୟ ବଜାଉଥିବା ବେଳେ ଯୁବ ଆଇଏଏସ୍ ଗୁଣୁପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ୍ ଢୋଲ , ଗିନି ବଜାଇ ନାଚିଉଠୁଥିଲେ।
ସମସ୍ତେ ବିଧାୟକ ଙ୍କ ବାଦ୍ୟ ରେ ଉପଜିଲ୍ଲାପାଳ ଙ୍କ ସହ ନେତା ପ୍ରଶାସନିକ ଅଧିକାରି ମାନେ ନାଚୁଥିଲେ।ଏଥିରେ ଉପସ୍ଥିତ ଥିଲେ ପୋଲିସ ଅଧିକାରୀ. ମୁନିସିପାଲିଟି ପୌର ଉପାଦକ୍ଷ ଓ ଉପଦେଷ୍ଟା ତାଙ୍କ ଅଧିକାରୀ.ବ୍ଲକ ସ୍ତରୀୟ ବିଡ଼ିଓ ସାର ଏବଂ ତାଙ୍କ ସହଯୋଗୀ ଓ ସମସ୍ତ ବିଭିନ୍ନ ଅଧିକାରୀ ମାନେ. ପ୍ରଶାସନ ଅଧିକାରୀ ମାନେ ଏବଂ ବିଭିନ୍ନ ଦଳର ରାଜନେତା ମାନେ ଉପସ୍ଥିତ ରହି କଳସ ଯାତ୍ରା କାର୍ଯ୍ୟକ୍ରମ ସମ୍ପୂର୍ଣ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post