‘ଶୃଙ୍ଖଳା ଛାତ୍ରଛାତ୍ରୀ ଙ୍କୁ ସଫଳତା ଦେଇଥାଏ’

0 2

ମହର୍ଷି ଗୁରୁକୁଳ ଟେକ୍ନୋ କନସେପ୍ଟ ସ୍କୁଲର ବାର୍ଷିକ ଉତ୍ସବ 

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ମହର୍ଷି ଗୁରୁକୁଳ ଟେକ୍ନୋ କନସେପ୍ଟ ସ୍କୁଲର ବାର୍ଷିକ ସାଂସ୍କୃତିକ ଉତ୍ସବ “ ମହର୍ଷି ୨.୦ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଵସରରେ ରାମନାଗୁଡ଼ା ପଞ୍ଚାୟତ ସମିତିର ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନେ ପାଠ ପଢିବା ସହ ଖେଳକୁଦ ଓ ନୃତ୍ୟ ଗୀତରେ ମଧ୍ୟରେ ନିଜର ପାରିଦର୍ଶିତା ପ୍ରଦର୍ଶନ ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ବରିଷ୍ଠ କାଉନସିଲର ଆଇନଜୀବୀ ଦେବୀ ପ୍ରସାଦ ଆଚାର୍ଯ୍ୟ ସମ୍ମାନିତ ଅତିଥି ରୂପେ ଯୋଗଦେଇ କହିଥିଲେଯେ ଛାତ୍ରଛାତ୍ରୀ ମାନେ ଶୃଙ୍ଖଳାର ସହ ଯେ କୌଣସି କାର୍ଯ୍ୟ କଲେ ସଫଳତା ହାସଲ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ଗୁରୁଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସଵରେ ସମ୍ପାଦକ ରାଜେଶ କୁମାର ପାଣ୍ଡା , ଉପ ସଭାପତି ଲୋକନାଥ ମିଶ୍ର ଯୁଗ୍ମ ସମ୍ପାଦକ କୃଷ୍ଣ ମାଧବ ଦାଶ ପ୍ରମୁଖ ଅନୁଷ୍ଠାନରେ ପିଲାଙ୍କୁ ପ୍ରତିଭାବାନ କରିବାକୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଶତପଥୀ ବିବରଣୀ ପାଠ କରିଥିଲେ। ଶିକ୍ଷତ୍ରୀ ଏଲ୍. କଲ୍ୟାଣୀ ଓ ରଶ୍ମି ସାହୁଙ୍କ ସଂଯୋଜନାରେ ପିଲାଙ୍କ ଦ୍ଵାରା ପ୍ରଦର୍ଶିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କର ମନମୋହି ଥିଲା। ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ଶଙ୍କର ଗମାଙ୍ଗ ଓ ଶ୍ରୀ ଆଚାର୍ଯ୍ୟଙ୍କ ଦ୍ଵାରା ପୁରସ୍କାର ବିତରଣ କରଯାଇଥିଲା।
ଶେଷରେ ଶିକ୍ଷକ ଜ୍ଞାନେଶ୍ୱର ନାୟକଙ୍କ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଅଭିଭାବକ ଓ ଶୁଭେଚ୍ଛୁ ମାନେ ବହୁ ସଂଖ୍ୟାରେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

Leave A Reply

Your email address will not be published.