କେନ୍ଦୁଝର,ତା୨୨/୧୨- କେନ୍ଦୁଝର ଜିଲ୍ଲା ବିଜେପି ପଦାଧିକାରୀଙ୍କ ନାମ ଘୋଷଣା ହୋଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ ଜିଲ୍ଲା ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ଜିଲ୍ଲା ଉପସଭାପତି ଭାବେ ଜ୍ଞାନରଞ୍ଜନ ସାମନ୍ତସିଂହାର,ପଞ୍ଚାନନ ସାହୁ,ଦେବପ୍ରସାଦ ମିଶ୍ର, ଅସୀମା ମିଶ୍ର,ବିବେକାନନ୍ଦ ମହାନ୍ତ,ସିଦ୍ଧାର୍ଥ ସିଂ, ସୁଦର୍ଶନ ମହାନ୍ତ ଓ ସୋମବାରୀ ମୁଣ୍ଡା ମନୋନୀତ ହୋଇଛନ୍ତି। ସେହିପରି ଜିଲ୍ଲା ସାଧାରଣ ସଂପାଦକ ଭାବେ ଅନୁବ୍ରତ ବେହେରା, ଅଗନୁ ଚରଣ ମହାନ୍ତ ଓ ଯଶସ୍ୱିନୀ ବଳ, ଜିଲ୍ଲା ସଂପାଦକ ଭାବେ ଦୀପକ କୁମାର ଜେନା,ଛୈରବାରା ନାୟକ, ବିଶ୍ୱଜିତ ତ୍ରିପାଠୀ, ଅଶୋକ କୁମାର ବେହେରା, ଝରଣା ମହାନ୍ତ, ଦୁଷ୍ମନ୍ତ ମହାନ୍ତ, ଅନ୍ନପୂର୍ଣ୍ଣା ଦେହୁରୀ, ରଶ୍ମିତା ପାଣିଗ୍ରାହୀ, ଜିଲ୍ଲା କୋଷାଧ୍ୟକ୍ଷ ଭାବେ ହରିହର ମହାନ୍ତ, କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ସୂତ୍ରଧର, କାର୍ଯ୍ୟାଳୟ ସହସମ୍ପାଦକ ସୁଶୀଲ କୁମାର ନାଏକ ଙ୍କ ନାମ ଘୋଷଣା କରାଯାଇଛି ବୋଲି ଜିଲ୍ଲା ମିଡିଆ ସଂଯୋଜକ ବ୍ରଜକିଶୋର ରାୟ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post