ପାଇକମାଲରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।

0 2

 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପାଇକମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଏକ ଜନଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରର ଅଧ୍ୟକ୍ଷତା ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ପଦ୍ମପୁର ଉପ-ଜିଲ୍ଲାପାଳ ଶ୍ରୀମତୀ ସ୍ନେହା ଅରୁଗୁଲା କରିଥିଲେ। ଏହା ସହିତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପାଣ୍ଡବ ଶବର ଓ ଅନ୍ୟ ଅଧିକାରୀ ବୃନ୍ଦ ମଧ୍ୟ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ଶିବିର ସମୟରେ ଚାଷୀଙ୍କ ଟୋକନ ସମସ୍ୟା, ରାସନ କାର୍ଡ ସମସ୍ୟା, ପାନୀୟ ଜଳ, ବାର୍ଦ୍ଧକ୍ୟ ଭତ୍ତା ଭଳି ସମୁଦାୟ ୧୩୨ ଅଭିଯୋଗର ଶୁଣାଣି ହେଇଥିଲା । ସର୍ବମୋଟ ଅଭିଯୋଗ ମଧ୍ୟରୁ ୩୯ଟି ଗୋଷ୍ଠୀଗତ, ୯୧ଟି ବ୍ୟକ୍ତିଗତ ସମସ୍ୟା ଅନ୍ତର୍ଭୁକ୍ତ ୨ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ସମ୍ବନ୍ଧୀୟ ସମସ୍ୟା ରହିଥିଲା। ସମସ୍ତ ଅଭିଯୋଗକୁ ଗୁରୁତ୍ୱ ସହ ଶୁଣି ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ସମ୍ବନ୍ଧିତ ବିଭାଗୀୟ ଅଧିକାରୀମାନଙ୍କୁ ସମାଧାନମୂଖୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.