ଜିଲ୍ଳାସ୍ତରୀୟ ଜାତୀୟ ଗଣିତ ଦିବସ ପାଳିତ

0 2

 କେନ୍ଦୁଝର,ତା୨୨/୧୨- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉ.ପ୍ରା. ବିଦ୍ୟାଳୟ, ଗୋବିନ୍ଦପୁର ଠାରେ ଜିଲ୍ଲାସ୍ତରୀୟ ଗଣିତ ଦିବସ ୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣିତ କୁଇଜ୍, ସେମିନାର, ଗଣିତ ପଜଲ୍ , ଗଣିତ ମେଳା, କ୍ଷୀପ୍ର ପ୍ରଶ୍ନ ଉତ୍ତର ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା ଯୋଗ ଦେଇ ରାମାନୁଜନଙ୍କ ଗଣିତ ପ୍ରତି ଅବଦାନ ସମ୍ପର୍କରେ କହିଥିଲେ। ଅନ୍ୟତମ ଅତିଥି ରୂପେ କେନ୍ଦୁଝର ସଦର ଗୋଷ୍ଠୀ ଶିକ୍ଷାଧିକାରୀ ଓଁକାର ଅନ୍ୱେଷ ଯୋଗ ଦେଇ ଗଣିତ ଶାସ୍ତ୍ର ପ୍ରତି ରାମାନୁଜନଙ୍କ ଅବଦାନ ସମ୍ପର୍କ ରେ କହିଥିଲେ। ମୁଖ୍ୟବକ୍ତା ଭାବେ ସଦର ବ୍ଲକ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କପିଳ ଚନ୍ଦ୍ର ଦାସ ଯୋଗ ଦେଇ ଦୈନନ୍ଦିନ ଜୀବନରେ ଗଣିତର ଆବଶ୍ୟକତାର ତାତ୍ପର୍ଯ୍ୟକୁ ବୁଝାଇ ଥିଲେ। ବିଜ୍ଞାନ ଶିକ୍ଷକ ବିଜୟ କୁମାର ମିଶ୍ର ଦିବସ ପାଳନର ତାତ୍ପର୍ଯ୍ୟ ବୁଝାଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ସାହୁ ସଭାପତିତ୍ବ କରିଥିଲେ। ଶିକ୍ଷୟିତ୍ରୀ ରଞ୍ଜିତାରାଣୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସୁସ୍ମିତା ପ୍ରିୟମ୍ବଦା ରାଉତ, ସ୍ୱର୍ଣଲତା ନାୟକ, ଶୁଭଶ୍ରୀ ମହାନ୍ତ, ଶୁଭଶ୍ରୀ ରାଉତ, ଭାନୁମତୀ ବେହେରା, ସସ୍ମିତା ସାହୁ, ଫୁଲନରାଣୀ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ। ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.