ପଦ୍ମପୁର :- ଦିପ୍ତୀପୁର ଶ୍ରୀଅରବିନ୍ଦ ପାଠଚକ୍ର, ଅରୋଜ୍ୟୋତିରେ ଦୁଇ ଦିନ ଧରି ଚାଲିଥିବା ରଜତ ଜୟନ୍ତୀ ସମାରୋହ ଉଯାପିତ ହୋଇଯାଇଛି। ଆଜି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ରେ ପ୍ରଥମେ ପାଠଚକ୍ର ର ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଦ୍ବିତୀୟ ଦିନରେ ଶିକ୍ଷାକେନ୍ଦ୍ର ସଭାପତି ଚନ୍ଦ୍ରମଣି ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଜୟ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ସୋହେଲା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ଉପେନ୍ଦ୍ର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ଘେଁସ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସାଧୁ ଚରଣ ଗଡତିଆ,ନଅଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଅବସରପ୍ରାପ୍ତ ଶିକ୍ଷକ ବିଶ୍ବନାଥ ସାହୁ, ଦିପ୍ତୀପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଅତିଥି ଭାବରେ ଉପସ୍ଥିତ ଥିଲେ। ଅପରାହ୍ନ ୩ଟା ସମୟରେ ଅଞ୍ଚଳର କବି ପଦ୍ମଶ୍ରୀ ହଲଦର ନାଗ, ହାସ୍ୟକବି ମୁନିରାମ କୁମ୍ଭାର, ହାସ୍ୟକବି ନକୁଳ ମେହେର ମାନଙ୍କୁ ନେଇ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଦ୍ବିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ବିଜେପୁର ବିଧାୟକ ସନତ କୁମାର ଗଡତିଆ, ସମ୍ମାନିତ ଅତିଥି ମାତୃକର୍ମୀ ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ର ସୋହେଲା ର ସୁଶାନ୍ତ ମିଶ୍ର, ସମାଜସେବୀ ତଥା କୃଷକନେତା କିଶୋର ଦେବତା, ତାଲପଦର କଲେଜ ର ଅଧ୍ୟାପକ ତଥା ମାତୃପ୍ରେମୀ ଧନପତି ଦେବତା ପ୍ରମୁଖ ମଞ୍ଚାସୀନ ଅତିଥି ଭାବରେ ଉପସ୍ଥିତ ଥିଲେ। ଅନୁଷ୍ଠାନ ର ସଦସ୍ୟ ଜଗଦୀଶ ସାଗର ସଭା ଶେଷରେ ଧନ୍ୟବାଦ ଦେଇଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠାନ ର ସମସ୍ତ ଭାଇ, ଅପା, ପୂର୍ବତନ ଛାତ୍ରଛାତ୍ରୀ, ସଦସ୍ୟ ଏବଂ ଅଞ୍ଚଳବାସୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.