ପଦ୍ମପୁର: – ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ୪୧ତମ ବାର୍ଷିକ ଉତ୍ସବ କୁଶୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ (ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ବିଦ୍ୱତ ପରିଷଦ ସଭାପତି) ଡ଼ଃ ବାଞ୍ଛାନିଧି ପଣ୍ଡା ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରି ଆମ ଭାରତୀୟ ସଂସ୍କୃତି ଉପରେ ମାର୍ଗ ଦର୍ଶନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଧାୟକ ପ୍ରାର୍ଥୀ ଶ୍ରୀମାନ ଗୋବର୍ଦ୍ଧନ ଭୋଇ ଯୋଗ ଦେଇ ମାନ୍ୟବର ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଙ୍କ ପ୍ରଦତ୍ତCSR ଫଣ୍ଡ MCLରୁ ୩୦ ଲକ୍ଷ ୯୬ ହଜାର ଅଟକଳ ମୂଲ୍ୟ ରେ ନିର୍ମତ ହେବାକୁ ଥିବା ବିଜ୍ଞାନଗାର ଓ ପାଠାଗାର ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ କୁ ଉଦ୍ଘାଟନ କରିଥିଲେ l ମୁଖ୍ୟ ବକ୍ତା ଭାବେ ବିଶ୍ଵ ହିନ୍ଦୁ ପରିଷଦ ,ଓଡିଶା ପଶ୍ଚିମ ପ୍ରାନ୍ତ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ସାହୁ ଯୋଗ ଦେଇ ବର୍ତ୍ତମାନ ର ଶିକ୍ଷାବ୍ୟବସ୍ଥା ଓ ଏକକ ତଥା ସଂଯୁକ୍ତ ପରିବାର ବିଷୟରେ ଆଲୋକ ପାତ କରିଥିଲେ l ଭାଇ ଭଉଣୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ଗାନ ପରେ ପରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତୀଥି ପରିଚୟ ପ୍ରଦାନ କରିଥିଲେ ।ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଆର୍ଶିବଚନ ପ୍ରଦାନ କରିଥିଲେ ।ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ବାର୍ଷିକ ମୁଖପତ୍ର ଅରୁଣ ଉନ୍ମୋଚିତ ହୋଇଥିଲା । ଅତିଥି ମାନଙ୍କୁ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଶ୍ରୀଯୁକ୍ତ ଭକ୍ତଚରଣ ସାହୁ, ଶ୍ରୀଯୁକ୍ତ ଆଶିଷ କୁମାର ମିଶ୍ର, ଡ଼ଃ ଶଙ୍କର ରାମଚନ୍ଦାନୀ ,ସମାଜସେବୀ ନିରୋଜ ଦୋରା, ଶ୍ରୀମତୀ ଉମା ପ୍ରଧାନ ପ୍ରଭୃତି ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମର୍ଦ୍ଧିତ କରାଯାଇଥିବା ବେଳେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଧିତ କରାଯାଇଥିଲା।ବାର୍ଷିକ ବିଭିନ୍ନ ପ୍ରତିଯୋଗିତା ତଥା ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ସତ୍ୟ ନାରାୟଣ ସାହା ସଂଯୋଜନା କରିଥିଲେ ।କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ କୁ ଶ୍ରୀମତୀ କଲ୍ୟାଣୀ ମିଶ୍ର ସଂଯୋଜନା କରିଥିଲେ ।ପରେପରେ ଶିଶୁ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉତ୍ସବ ପ୍ରମୁଖ ସୁକାନ୍ତ କିଶୋର ସାହୁ ଙ୍କ ତତ୍ବାବଧାନ ରେ ଅରୁଣ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଭାଇ ଭଉଣୀ ମାନଙ୍କ ମଧ୍ୟରେ ଓଡିଶୀ ନୃତ୍ୟ , ,ସମ୍ବଲପୁରୀ ନୃତ୍ୟ ,ଯୋଗାସନ ପିରାମିଡ , ରାମାୟଣ,ଦୁଲଦୁଲି ବଜା,ନାଟ୍ୟକାର ଶ୍ରୀଯୁକ୍ତ କେଶ ରଂଜନ ପ୍ରଧାନ ଙ୍କ ନିର୍ଦ୍ଦେଶନା ରେ ନାଟକ ଗୁଣାଢ଼୍ୟ ପ୍ରଦର୍ଶିତ ହୋଇଥିଲା । ଭାଇ ଭଉଣୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ । ପରିଚାଳନା ସମିତି, ପୁରାତନ ଛାତ୍ର ସଂସଦର ସଭ୍ୟ ସଭ୍ୟା ,ମାତୃ ଭାରତୀ ର ସଦସ୍ୟ ତଥା ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା l
Sign in
Sign in
Recover your password.
A password will be e-mailed to you.
Next Post