ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ଜଣେ ଗିରଫ

0 2

ମାଲାକନଗିରି, ୨୧/୧୨: ମାଲକାନଗିରି ଜିଲା ସଦର ବ୍ଲକ ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ପରିବାର ଲୋକେ ମାଲକାନଗିରି ଥାନାରେ ଅଭିଯୋଗ କରିଛନ୍ତି। ଏହା ଭିତ୍ତି କରି ପୋଲିସ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଏମ୍‌ଭି ୪୩ ଗ୍ରାମର ଦୀପକ ବାରୋଇ।

ସୂଚନାନୁଯାୟୀ, ସଦର ବ୍ଲକ୍ ଅଞ୍ଚଳର ଦମ୍ପତି ଗତ ୧୫ ତାରିଖରେ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଘରେ ତାଙ୍କର ୧୨ ବର୍ଷର ଦିବ୍ୟାଙ୍ଗ ଝିଅ ଏକାକୀ

ଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଘରେ ପଶି ନାବାଳିକାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରିଥିଲେ। ଏହି ସମସୟରେ ନାବାଳିକାଙ୍କ ବଡ଼ ଭଉଣୀ ଓ ତାଙ୍କ ପଡ଼ୋଶୀ ଦୀପକ ବଳାତ୍କାର କରିବାକୁ ଚେଷ୍ଟା କରୁଥିବା ଦେଖ୍ ଚିତ୍କାର କରିଥିଲେ। ଅଭିଯୁକ୍ତ ଏ ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇ ଚାଲିଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି। ଏ ନେଇ ଉଭୟ ଦମ୍ପତି ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୬୬୬/୨୫ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖୁଥୁଲା।

Leave A Reply

Your email address will not be published.