ବଂଶଧାରା ସ୍ମରଣିକା କମିଟି ବୈଠକ

0 2

#ପାରମ୍ପରିକ ଚିକିତ୍ସା, ସ୍ବାଧିନତା ସଂଗ୍ରାମ ପିଠ ଓ ପ୍ରତିଭାବାନ ଙ୍କ ସମ୍ପର୍କରେ ପ୍ରକାଶ ପାଇବ ଲେଖା

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ଗୁଣପୁର-ରାଜ୍ଯ ସ୍ତରୀୟ ଚତୁର୍ଦ୍ଦଶ ବଂଶଧାରା ବସନ୍ତ ମହୋତ୍ସବ ର ସ୍ମରଣିକା କମିଟି ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବଂଶଧାରା ସ୍ମରଣିକା ର ସମ୍ପାଦିକା ଡଃ ଇନ୍ଦିରା ଅଧିକାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ସ୍ମରଣିକା କୁ ଅଧିକ ଆଦୃତ କରିବାକୁ ନିର୍ଦ୍ଧିଷ୍ଟ ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଛି। ସ୍ଥାନୀୟ ଅଞ୍ଚଳର ପାରମ୍ପରିକ ଚିକିତ୍ସା, ସ୍ବାଧିନତା ସଂଗ୍ରାମ ପିଠ ଓ ପ୍ରତିଭାବାନ ଙ୍କ ସମ୍ପର୍କରେ ଲେଖା ପ୍ରକାଶ କରିବାକୁ ନିଷ୍ପତ୍ତି ହୋଇଛି। ଏହାବାଦ୍ ବାହାରୁ ମଧ୍ୟ ଭଲ ଲଜଖକଙ୍କ ଠାରୁ ଲେଖା ସଂଗ୍ରହ କରିବା ନେଇ ଆଲୋଚନା ହୋଇଥିଲା। ଉତ୍ସବ ପଡିଆରେ
ଜାନୁଆରୀ ୨୫ ତାରିଖରେ ସାହିତ୍ଯ ସମ୍ମିଳନୀ କରିବାକୁ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ଉତ୍ସବ କମିଟିର ଆବାହକ ରାଜେଶ ପାଢି, ସ୍ମରଣିକା ର ସହ ସମ୍ପାଦକ ରମେଶ ମିଶ୍ର, ବରିଷ୍ଠ ସାହିତ୍ଯକ ସିମାଞ୍ଚଳ କର, ପ୍ରଭାତ ଶତପଥି, ନୀଳମାଧବ ଦାସ, ଅଶ୍ବନୀ ତ୍ରିପାଠୀ, ଦୁର୍ଗା ଶତପଥି, ଉମା ଶଙ୍କର ଦାସ, ମିଲି ପାଢି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.