ବେଲଗୁଣ୍ଠା ବ୍ଲକ ତନରଡ଼ା କ୍ଲଷ୍ଟରରେ ଦୁଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ

0 2

 ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଲକ ତନରଡ଼ା କ୍ଲଷ୍ଟରରେ ଦୁଇ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜି ଟି ହାଇସ୍କୁଲ, ବେଲଗୁଣ୍ଠା ଠାରେ କ୍ଲଷ୍ଟର ତରଫରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି l ସି ଆର ସି ସି ମନୋଜ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବି ଆର ସି ସି ଗୋବିନ୍ଦ ଚନ୍ଦ୍ର ପାଢ଼ୀ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତିଭା ରଥ, ସମ୍ମାନିତ ଅତିଥି ଭାବେ ଶିକ୍ଷକ ପ୍ରଶିକ୍ଷକ ନବୀନ କୁମାର ପରମାଣିକ ଯୋଗ ଦେଇ ଥିଲେ l ଶିକ୍ଷକ ସନ୍ତୋଷ ପଟ୍ଟନାୟକ ବୈଠକ ରେ ସଭାପତିତ୍ବ କରିଥିଲେ l ଜି ଟି ହାଇସ୍କୁଲର ଶିକ୍ଷକ ସୁରେଶ ଚନ୍ଦ୍ର ମହାପାତ୍ର, ଷୋଡଙ୍ଗାଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଘମିତ୍ରା ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ସମ୍ବର୍ଦ୍ଧିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ଅଭିଜ୍ଞତାକୁ ଭାବ ବିହୋର ହୋଇ ପ୍ରକାଶ କରିଥିଲେ,ସେମାନଙ୍କ ଅବସର ଜୀବନ ନିରୋଗ ଓ ନିରାମୟ ହେଉ ବୋଲି ଉପସ୍ଥିତ ଅତିଥି, ଏବଂ କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାମନା କରିଥିଲେ l

Leave A Reply

Your email address will not be published.